Odia Migrant Worker dies ଆନ୍ଧ୍ରପ୍ରଦେଶରେ କାମ କରୁଥିବା ଯୁବ ଓଡ଼ିଆ ଶ୍ରମିକ ମୃତ
"ଘୁ.ଉଦୟଗିରି(ସମୀର ପାଢ଼ୀ): ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଜିଲ୍ଲାର ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଯୁବକ ଜଣକ ଘୁମୁସର ଉଦୟଗିରି ମାଲିକାପଡ଼ି ପଞ୍ଚାୟତ ଅଧୀନ ନେଡ଼ିମାହା ଗାଁର ସାମନ୍ତ ପ୍ରଧାନ (୨୭)।
ସେ ଆନ୍ଧ୍ରପ୍ରଦେଶର ଏକ ପରିବହନ ସେବା କମ୍ପାନୀରେ ଶ୍ରମିକ ଭାବେ ଗତ ୩ ବର୍ଷ ଧରି କାମ କରୁଥିଲେ।
Advertisment ମୃତ ଶ୍ରମିକ ସାମନ୍ତ ପ୍ରଧାନ: ଫାଇଲ୍ ଫଟୋ ସୂଚନା ଅନୁଯାୟୀ, ଅଗଷ୍ଟ ୨୪ ତାରିଖ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ କାମ ସାରି ଘରକୁ ଫେରୁଥିବା ବେଳେ ସାମନ୍ତ ଏକ ଦୁର୍ଘଟଣାର ଶିକାର ହୋଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ।
ତେବେ ଡାକ୍ତର ସେଠାରେ ସାମନ୍ତଙ୍କୁ ମୃତ ଘୋଷଣା କରିଥିଲେ।
Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା ବାପା-ମାଆଙ୍କୁ ହରାଇଥିବା ସାମନ୍ତଙ୍କ ମୃତଦେହ ନିଜ ଜନ୍ମମାଟିକୁ ଆଣିବା ପାଇଁ ତାଙ୍କ ଭାଇଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଅଞ୍ଚଳବାସୀଙ୍କଠାରୁ ଧାରଉଧାର କରି ମୃତଦେହକୁ ଅଗଷ୍ଟ ୨୬ ତାରିଖରେ ମାଲିକାପଡ଼ି ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଅସହାୟ ଓ ଗରିବ ପରିବାର ପ୍ରତି ସମ୍ବେଦନଶୀଳ ହୋଇ ତୁରନ୍ତ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Pension plan: ନିର୍ମାଣ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଆଣିବ ଇପିଏଫଓ ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲାରେ ଗତ ଏକ ମାସ ମଧ୍ୟରେ ୧୦ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
କନ୍ଧମାଳ ଜିଲ୍ଲାରେ ଦାଦନ ପ୍ରବଣତା ରୋକିବା ପାଇଁ ସ୍ଥାୟୀ ରୋଜଗାର ସୁଯୋଗ, ସ୍ଥାନୀୟ ଶିଳ୍ପ ଓ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବା ସହିତ ଦାଦନ ଶ୍ରମିକଙ୍କ ସୁରକ୍ଷା ଓ ପରିବାରର ସାମାଜିକ-ଆର୍ଥିକ ସୁରକ୍ଷା ପାଇଁ ଦୀର୍ଘମିଆଦୀ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଓ ସ୍ୱାକ୍ ସଂଗଠନ ପକ୍ଷରୁ ଦାବି କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।