Nepal Flood Tragedy: ନେପାଳର ପ୍ରଳୟଙ୍କରୀ ବନ୍ୟାରେ ୯୫୫ ମୃତଦେହ ଉଦ୍ଧାର, ଏବେ ବି ନିଖୋଜ ୪ ହଜାର ୪୭୧

Sep 01, 2026 - 08:24
Nepal Flood Tragedy: ନେପାଳର ପ୍ରଳୟଙ୍କରୀ ବନ୍ୟାରେ ୯୫୫ ମୃତଦେହ ଉଦ୍ଧାର, ଏବେ ବି  ନିଖୋଜ ୪ ହଜାର ୪୭୧

ନେପାଳ ଭୟଙ୍କର ବନ୍ୟା ଓ ବିପର୍ଯ୍ୟୟ ପରେ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା। ଏଯାଏଁ ୯୫୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଚାରିଆଡ଼େ ଛାଇଯାଇଛି ଧ୍ୱଂସର ଚିତ୍ର। କେଉଁଠି ଘରଦ୍ୱାର ଭାସିଯାଇଛି ତ ଆଉ କେଉଁଠି ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଛି। ପ୍ରଳୟ ପରେ ଏବେ ବି ହଜାର ହଜାର ଲୋକଙ୍କ ପତ୍ତା ମିଳୁନାହିଁ। ୬୩୯ ଜଣ ଶ୍ରମିକଙ୍କ ସମେତ ମୋଟ ୪ ହଜାର ୪୭୧ ଜଣ ନିଖୋଜ ଥିବା ଜଣାପଡ଼ିଛି।

ନିଖୋଜଙ୍କ ପରିବାର ଲୋକେ ଆତଙ୍କ ଓ ଆଶଙ୍କା ଭିତରେ ରହିଥିବା ବେଳେ ଉଦ୍ଧାରକାରୀ ଟିମ୍ ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଖୋଜି ଜାରି ରଖିଛନ୍ତି। ସବୁଠାରୁ ବଡ଼ ଚିନ୍ତା ପାଲଟିଛି ରସୁୱା ଜଳବିଦ୍ୟୁତ ପ୍ରକଳ୍ପ। ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ୧୪ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ସୁଡ଼ଙ୍ଗ ଭିତରେ ପହଞ୍ଚି ନିଖୋଜଙ୍କୁ ଖୋଜିବା ଏବେ ଉଦ୍ଧାରକାରୀ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ। ଅନେକ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ସେହି ଅଞ୍ଚଳରେ ସହଜରେ ପହଞ୍ଚିପାରୁନାହାନ୍ତି ଉଦ୍ଧାରକାରୀ ଦଳ। ଫଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

ଗୋଟିଏ ପଟେ ମୃତଦେହ ଉଦ୍ଧାର, ଅନ୍ୟପଟେ ହଜାର ହଜାର ନିଖୋଜଙ୍କୁ ଖୋଜିବାର ଚ୍ୟାଲେଞ୍ଜ। ନେପାଳରେ ବନ୍ୟା ପରବର୍ତ୍ତୀ ଦୃଶ୍ୟ ଏବେ ଅତ୍ୟନ୍ତ ଭୟଙ୍କର। ଧ୍ୱଂସାବଶେଷ ଭିତରୁ ଜୀବନର ସନ୍ଧାନରେ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି।

ନେପାଳ ପ୍ରଳୟ; ୯୫୫ ମୃତଦେହ ଉଦ୍ଧାର

୬୩୯ ଶ୍ରମିକଙ୍କ ସହ ମୋଟ  ୪ ହଜାର ୪୭୧ ଜଣ ନିଖୋଜ
ରସୁୱା ଜଳ ବିଦ୍ୟୁତ ପ୍ରକଳ୍ପ ସୁଡ଼ଙ୍ଗରେ ୧୪ ଫସିଥିବା ଆଶଙ୍କା
ରାସ୍ତା ଓ ପୋଲ ଧୋଇଯାଇଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।