Nepal flood: ଆଖି ସାମ୍ନାରେ ଭାସିଗଲା ଘର-ବଜାର; ଜଙ୍ଗଲରେ ରାତି କାଟି ହେଲିକପ୍ଟରରେ ଉଦ୍ଧାର
"କାଠମାଣ୍ଡୁ: ନେପାଳରେ ଭୟଙ୍କର ଆକସ୍ମିକ ବନ୍ୟା ଓ ଭୂସ୍ଖଳନରୁ ବର୍ତ୍ତିଥିବା ଲୋକେ ଏବେ ନିଜର ଲୋମହର୍ଷକ ଅନୁଭୂତି ବର୍ଣ୍ଣନା କରୁଛନ୍ତି।
ଭୟଙ୍କର ଜଳସ୍ରୋତରୁ ପ୍ରାଣ ବଞ୍ଚିଯାଇଥିଲେ ମଧ୍ୟ ଅନେକଙ୍କ ଘର, କାର୍ଯ୍ୟସ୍ଥଳ ଓ ସମ୍ପୂର୍ଣ୍ଣ ବସତି ମାଟିରେ ମିଶିଯାଇଛି।
ରସୁୱା ଜିଲ୍ଲାର ତିମୁରେ ଅଞ୍ଚଳରେ ବନ୍ୟାରୁ ବର୍ତ୍ତିଥିବା ଲୋକଙ୍କ କହିବା ଅନୁସାରେ, ସେମାନେ ଯେପରି ଦ୍ୱିତୀୟ ଜୀବନ ପାଇଛନ୍ତି।Advertisment ରସୁୱା ଜିଲ୍ଲାର କଷ୍ଟମ୍ସ ଏଜେଣ୍ଟ ରାଜୁ ବୁଧାଥୋକିଙ୍କ ପାଇଁ ବୁଧବାର ସକାଳ ଅନ୍ୟ ଦିନ ଭଳି ଆରମ୍ଭ ହୋଇଥିଲା।
କିନ୍ତୁ ସକାଳ ପ୍ରାୟ ୮ଟା ୪୫ରେ ସେ ତିମୁରରେ ନିଜ କୋଠରିରେ ବିଶ୍ରାମ ନେଉଥିବାବେଳେ ପାହାଡ଼ ଥରିବାକୁ ଲାଗିଥିଲା।
ଭୂକମ୍ପ ହୋଇଛି ଭାବି ସେ ବାହାରକୁ ଦୌଡ଼ିଥିଲେ।
ନିକଟସ୍ଥ ପୁଲିସ ଚୌକିକୁ ଯିବାବେଳେ ସେଠାରେ ପୁଲିସ କର୍ମଚାରୀମାନେ ମଧ୍ୟ ପ୍ରାଣ ବଞ୍ଚାଇ ଦୌଡ଼ୁଥିବା ଦେଖିଥିଲେ।
ତାର ଜାଲି ଡେଇଁ ପଳାଇବାବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା।
ତଥାପି ସେ ଦୌଡ଼ିବା ବନ୍ଦ କରିନଥିଲେ।
ପଛକୁ ଚାହିଁ ଦେଖିବାବେଳକୁ ତିମୁର ବଜାରର ଘରଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ୟା ପାଣିରେ ଭାସିଯାଉଥିଲା।
ଶେଷରେ ସେ ପାହାଡ଼ ଉପରକୁ ଚଢ଼ି ପ୍ରାୟ ୫୦୦ ମିଟର ଦୂରରେ ଥିବା ଜଙ୍ଗଲରେ ପହଞ୍ଚି ଆଶ୍ରୟ ନେଇଥିଲେ।
ତ୍ରିଶୁଳୀର ଏକ ହସ୍ପିଟାଲରୁ ସେ କହିଛନ୍ତି, ଜଙ୍ଗଲରୁ ତିମୁର ଆଡ଼କୁ ଚାହିଁ ସେ କେବେ ବି ଏଭଳି ଦ୍ୱିତୀୟ ଜୀବନ ପାଇବେ ବୋଲି ଭାବିନଥିଲେ।
ଅନ୍ୟ ଜଣେ କଷ୍ଟମ୍ସ ଏଜେଣ୍ଟ ପ୍ରକାଶ ଗୌତମ ମଧ୍ୟ ସେହି ଭୟଙ୍କର ମୁହୂର୍ତ୍ତର ବର୍ଣ୍ଣନା କରିଛନ୍ତି।
ପ୍ରଥମେ ପ୍ରଚଣ୍ଡ ଗର୍ଜନ ଶୁଣାଯିବା ପରେ କିଛି କ୍ଷଣ ମଧ୍ୟରେ ସମଗ୍ର ବଜାର ଅନ୍ଧକାରରେ ଢାଙ୍କି ହୋଇଯାଇଥିଲା ଏବଂ କଳା ମେଘ ଭଳି ଏକ ବିଶାଳ ଆବରଣ ଆକାଶକୁ ଘୋଡ଼ାଇ ଦେଇଥିଲା।
ସେ କେଉଁ ଆଡ଼କୁ ଦୌଡ଼ୁଛନ୍ତି ଜାଣିନଥିଲେ, କେବଳ ପ୍ରାଣ ବଞ୍ଚାଇବାକୁ ଦୌଡ଼ିଥିଲେ।
ପାହାଡ଼ ଉପର ଜଙ୍ଗଲରୁ ସେ ତଳେ ଶବଗୁଡ଼ିକ ପାଣିରେ ଭାସୁଥିବା ଦେଖିଥିଲେ।
ଆଖି ସାମ୍ନାରେ ସୁନ୍ଦର ତିମୁର ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା।
ଗୌତମ ଓ ଅନ୍ୟମାନେ ବୁଧବାର ରାତି ଜଙ୍ଗଲରେ କାଟିଥିଲେ।
Crack in Tibet Lake; ତିବ୍ଦତ ହ୍ରଦରେ ଫାଟ; ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା ନେପାଳ ସେନାର ହେଲିକପ୍ଟରରୁ ପକାଯାଇଥିବା ନୁଡୁଲ୍ସ ପ୍ୟାକେଟ୍ ଖାଇ ସେମାନେ ରାତି କାଟିଥିଲେ।
ଗୁରୁବାର ସକାଳ ପ୍ରାୟ ୧୦ଟାରେ ସେନା ହେଲିକପ୍ଟର ସେମାନଙ୍କୁ ଉଦ୍ଧାର କରି ବିଦୁରକୁ ନେଇଥିଲା।
ହେଲିକପ୍ଟରରେ ଚଢ଼ିବା ପରେ ହିଁ ସେ ପ୍ରକୃତରେ ବଞ୍ଚିଯାଇଛନ୍ତି ବୋଲି ଅନୁଭବ କରିଥିଲେ ବୋଲି ଗୌତମ କହିଛନ୍ତି।
ଡୋଲଖାର ତୁଲସୀ ବାହାଦୁର ଭଣ୍ଡାରୀଙ୍କୁ ପ୍ରଚଣ୍ଡ ଜଳସ୍ରୋତ ଠେଲି ଏକ ପାହାଡ଼ିଆ ଢାଲୁ ଆଡ଼କୁ ଫିଙ୍ଗି ଦେଇଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।
ଅନ୍ୟପକ୍ଷରେ, ରସୁୱା, ଧାଡିଙ୍ଗ, ନୁୱାକୋଟ ଓ ଚିତୱାନ ଜିଲ୍ଲାରେ ନେପାଳ ସେନା ଓ ଅନ୍ୟ ସୁରକ୍ଷା ବାହିନୀର ଉଦ୍ଧାର ଅଭିଯାନ ଜାରି ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।