Nepal flood: ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟର ସମୀକ୍ଷା କଲେ ନେପାଳ-ଦକ୍ଷିଣ କୋରିଆ

Sep 06, 2026 - 21:25
Nepal flood: ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟର ସମୀକ୍ଷା କଲେ ନେପାଳ-ଦକ୍ଷିଣ କୋରିଆ

"କାଠମାଣ୍ଡୁ: ଭୟଙ୍କର ବନ୍ୟାରେ ନେପାଳରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ପ୍ରାୟ ୫ ହଜାର ଲୋକ ନିଖୋଜ ହେବା ପରେ ରବିବାର ନେପାଳ ଓ ଦକ୍ଷିଣ କୋରିଆ ମଧ୍ୟରେ ଉଦ୍ଧାର, ରିଲିଫ୍‌ ଓ ପୁନର୍ନିର୍ମାଣ କାର୍ଯ୍ୟ ନେଇ ଆଲୋଚନା ହୋଇଛି।

କାଠମାଣ୍ଡୁରେ ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ ଓ ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ହ୍ୟୁନ୍‌ଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା।Advertisment ନେପାଳ ବୈଦେଶିକ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ଉଭୟ ମନ୍ତ୍ରୀ ବନ୍ୟା ପରେ ଚାଲିଥିବା ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।

ବିଶେଷକରି ନିଖୋଜ ଦକ୍ଷିଣ କୋରିଆ ନାଗରିକଙ୍କ ସନ୍ଧାନ ଉପରେ ଆଲୋଚନା ହୋଇଥିଲା।

ତୁରନ୍ତ ମାନବିକ ସହାୟତା ସହ ନେପାଳର ପୁନର୍ନିର୍ମାଣ ଆବଶ୍ୟକତା ମଧ୍ୟ ଆଲୋଚନାର ମୁଖ୍ୟ ବିଷୟ ଥିଲା।

ବନ୍ୟା ପରେ ଦକ୍ଷିଣ କୋରିଆ ଏକ ସଂସ୍ଥା ତ୍ୱରିତ ପ୍ରତିକ୍ରିୟା ଦଳ ଓ କୋରିଆ ବିପର୍ଯ୍ୟୟ ରିଲିଫ୍‌ ଦଳକୁ ନେପାଳ ପଠାଇଥିଲା।

ଏଥିସହ ରିଲିଫ୍‌ ସାମଗ୍ରୀ ଓ ମାନବିକ ସହାୟତା ମଧ୍ୟ ଯୋଗାଇଛି।

ଏଥିପାଇଁ ଖନାଲ ଦକ୍ଷିଣ କୋରିଆକୁ ଧନ୍ୟବାଦ ଜଣାଇଥିଲେ।

ଖନାଲ କହିଥିଲେ ଯେ, ନେପାଳର ପ୍ରାଥମିକତା ହେଉଛି ଦୃଢ଼ ଓ ଦୀର୍ଘସ୍ଥାୟୀ ଭିତ୍ତିଭୂମିର ପୁନର୍ନିର୍ମାଣ।

ଏଥିପାଇଁ ଦକ୍ଷିଣ କୋରିଆର ଆଗାମୀ ସହଯୋଗ ଜାରି ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଚୋ ହ୍ୟୁନ୍‌ ନେପାଳର ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ନିର୍ମାଣରେ କୋରିଆ ସରକାର ସହଯୋଗ କରିବାକୁ ଇଚ୍ଛୁକ ବୋଲି କହିଥିଲେ।

Nepal floods: ନେପାଳ ବନ୍ୟା: ବନ୍ୟାର ୧୦ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ଚୀନ୍ ନାଗରିକ ଜଳବାୟୁ ପରିବର୍ତ୍ତନ ଯୋଗୁଁ ନେପାଳ ଭଳି ଦେଶଗୁଡ଼ିକ ଭୋଗୁଥିବା କ୍ଷତି ପାଇଁ ବିଶ୍ୱ ସମୁଦାୟର ଐତିହାସିକ ଦାୟିତ୍ବ ରହିଛି ବୋଲି ଚୋ କହିଥିଲେ।

ଏହି ପ୍ରସଙ୍ଗକୁ ବିଶ୍ୱସ୍ତରୀୟ ମଞ୍ଚ, ବିଶେଷକରି "କୋପ୍‌"ରେ ଉଠାଇବା ପାଇଁ ନେପାଳ ଓ ଦକ୍ଷିଣ କୋରିଆ ମିଳିତ ଭାବେ କାମ କରିବେ ବୋଲି ସେ କହିଥିଲେ।

ଏଥିସହ ନେପାଳକୁ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ମିଳିବାକୁ ଥିବା ଆର୍ଥିକ ସହାୟତା ପ୍ରସଙ୍ଗ ମଧ୍ୟ ଦକ୍ଷିଣ କୋରିଆ ଉଠାଇବ ବୋଲି ସେ କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।