Nephew Steals Gold: ମାମୁଁଙ୍କ ସୁନା ଚୋରି କରି ଭଣଜା କିଣିଲା ଥାର୍! ନୂଆ ଗାଡ଼ି ପୂଜାକୁ ମାମୁଁଙ୍କୁ ଦେଲା ନିମନ୍ତ୍ରଣ
ମାମୁଁଙ୍କ ସୁନା ଚୋରି କରି ଭଣଜା କିଣିଲା ଥାର୍।
ନୂଆ ଗାଡ଼ି ପୂଜାକୁ ଖୋଦ୍ ମାମୁଙ୍କୁ ଡାକିଲା।
ମାମୁଁଙ୍କ ଘରୁ ସୁନା ଚୋରି କଲା ଆଉ ସେହି ସୁନା ବିକି ନୂଆ ଥାର୍ କିଣିଲା।
ଏତିକିରେ ସରିଲାନି ଯୋଜନା।
ନୂଆ ଗାଡ଼ିର ପୂଜା ପାଇଁ ମାମୁଁଙ୍କୁ ହିଁ ନିମନ୍ତ୍ରଣ କଲା ଭଣଜା।
ହେଲେ ନିଜ ଘରୁ ଗହଣା ଗାଏବ ହୋଇଥିବା ଜାଣିବା ପରେ ମାମୁଁଙ୍କ ସନ୍ଦେହ ବଢ଼ିଲା।
ଆଉ ପୁଲିସ ତଦନ୍ତରେ ଖୋଲିଗଲା ପୂରା ଘଟଣା।
ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରୁ ଆସିଛି ଏଭଳି ଏକ ଅଜବ ଚୋରି ଘଟଣା।
Advertisment ଅଭିଯୁକ୍ତ ୧୯ ବର୍ଷୀୟ ସମର ଚହ୍ବାନ ନିଜ ମାମୁଁ ଉମେଶ ମାରୁତି ଚହ୍ବାନଙ୍କ ଘରୁ ପ୍ରାୟ ୧୫ ତୋଳା ସୁନା ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଛି।
ଚୋରି ସୁନାକୁ ଜଣେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କାରେ ବିକ୍ରି କରି ସେହି ଟଙ୍କାରେ ଏକ ନୂଆ ମହିନ୍ଦ୍ରା ଥାର୍ କିଣିଥିଲା ସମର।
ଗାଡ଼ି ଘରକୁ ଆସିବା ପରେ ପୂଜାର ଆୟୋଜନ କରି ମାମୁଁଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲା।
ହେଲେ ଏଇଠି ହିଁ ଚୋରି ଘଟଣାର ରହସ୍ୟ ଖୋଲିଗଲା।
ପୂଜା ପାଇଁ ଗହଣା ବାହାର କରିବାକୁ ଯାଇ ଉମେଶ ଦେଖିଲେ, ତାଙ୍କ ଓ ପତ୍ନୀଙ୍କ ଅଳଙ୍କାର ଗାଏବ।
ଏହାପରେ ପରିବାରର କେହି ଜଣେ ଏଥିରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ତାଙ୍କର ସନ୍ଦେହ ହେଲା।
ଉମେଶ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କଲା।
ସମର ହଠାତ୍ ଦାମୀ ଗାଡ଼ି କିଣିଥିବା ଜାଣି ପୁଲିସ ତା'ର ଆୟର ଉତ୍ସ ଖୋଜିଥିଲା।
ପରେ ପଚରାଉଚରା ବେଳେ ଚୋରି ଘଟଣା ସାମ୍ନାକୁ ଆସିଥିଲା।
ଏହି ଘଟଣାରେ ସମରଙ୍କ ସହ ସୁନା ବ୍ୟବସାୟୀ ସଂଗ୍ରାମଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।
ଚୋରି ଗହଣା ଉଦ୍ଧାର କରାଯିବା ସହ ଥାର୍ ଗାଡ଼ିକୁ ଜବତ କରାଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।