New Telecom Rule To Display Caller Names: ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ନିୟମ ଆଣିଲେ ସରକାର, ଏଣିକି କଲ୍ ଆସିଲେ...
ମୋବାଇଲ୍କୁ ଅଜଣା ନମ୍ବରରୁ କଲ୍ ଆସିଲେ ଆଉ ନାଁ ଜାଣିବା ପାଇଁ ଅସୁବିଧା ହେବନି। ଆସନ୍ତା ନଭେମ୍ବର ୧, ୨୦୨୬ରୁ ଦେଶରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ଓ ମୋବାଇଲ୍ ନମ୍ବର ଦେଖାଇବା ବ୍ୟବସ୍ଥା ଲାଗୁ କରିବାକୁ ଟେଲିକମ୍ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ବ୍ୟବସ୍ଥାର ନାଁ ହେଉଛି କଲିଂ ନେମ୍ ପ୍ରେଜେଣ୍ଟେସନ୍ (CNAP)।
ଏହି ନୂଆ ବ୍ୟବସ୍ଥା ୪G ଓ ୫G ଭଳି ନେଟୱର୍କ ବ୍ୟବହାରକାରୀଙ୍କ ମୋବାଇଲ୍ରେ ଡିଫଲ୍ଟ ଭାବେ ଚାଲୁ ହେବ। ଆପଣଙ୍କ ଫୋନ୍ରେ କୌଣସି ନମ୍ବର ସେଭ୍ ହୋଇନଥିଲେ ମଧ୍ୟ, ଟେଲିକମ୍ କମ୍ପାନୀର ଗ୍ରାହକ ତଥ୍ୟ ଆଧାରରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ଦେଖାଯିବ। ବିଦେଶରୁ କଲ୍ ଆସିଲେ ସ୍କ୍ରିନ୍ରେ ‘ଇଣ୍ଟରନ୍ୟାସନାଲ୍ କଲ୍’ ଦେଖାଯିବ।
ଏହି ବ୍ୟବସ୍ଥା ଦ୍ୱାରା ଅଜଣା କଲ୍ ଚିହ୍ନିବା ସହଜ ହେବ ଏବଂ ଠକେଇ କଲ୍କୁ ଚିହ୍ନଟ କରିବାରେ ମଧ୍ୟ ସହାୟତା ମିଳିପାରେ। ତେବେ, ଯେଉଁ ଗ୍ରାହକ କଲ୍ ସମୟରେ ନିଜ ନମ୍ବର ଓ ପରିଚୟ ଲୁଚାଇବା ସୁବିଧା ବ୍ୟବହାର କରୁଛନ୍ତି, ସେମାନଙ୍କ ନାଁ ଦେଖାଯିବ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।