New Zealand vs India ODI: ଟସ୍ ଜିଣିଲେ ଶୁଭମନ ଗିଲ୍; ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି; ଜାଣନ୍ତୁ କେଉଁମାନେ ଖେଳୁଛନ୍ତି
ଆକଲାଣ୍ଡ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହୋଇଯାଇଛି। ଆକଲାଣ୍ଡର ଇଡେନ୍ ପାର୍କରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟସ୍ ଜିଣି ଶୁଭମନ ଗିଲ୍ ଘରୋଇ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହୋଇଛି। ଭାରତୀୟ ଟିମ୍ ୪ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିଛି। ବର୍ଷା ଆଶା କରାଯାଉଛି। ତେଣୁ ଗିଲ୍ ପ୍ରଥମେ ବୋଲିଂ କରିବାକୁ ବାଛିଥିଲେ। ଏହି ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭାରତ ଏପର୍ଯ୍ୟନ୍ତ ଛଅଟି ମ୍ୟାଚ୍ ଖେଳି ପାଞ୍ଚଟି ଟସ୍ ଜିତିଛି।
ଭାରତୀୟ ବୋଲରମାନେ ଏକ ଦୃଢ଼ ଆରମ୍ଭ କରିଛନ୍ତି। ଅର୍ଶଦୀପ ସିଂହ ଏବଂ ଆକିବ ନବି ଦୃଢ଼ ଭାବରେ ବୋଲିଂ କରୁଛନ୍ତି। ନ୍ୟୁଜିଲ୍ୟାଣ୍ଡର ଆରମ୍ଭ ଧୀର ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ନ୍ୟୁଜିଲାଣ୍ଡ ସ୍କୋର ୨୨ ରନ୍ରେ ପ୍ରଥମ ୱିକେଟ୍ ହରାଇଛି। ଅର୍ଶଦୀପ ସିଂହଙ୍କ ବଲ୍ ଶ୍ରେୟସ ଆୟରଙ୍କୁ କ୍ୟାଚ୍ ଦେଇ ୱିଲ ୟଙ୍ଗ ଆଉଟ୍ ହୋଇଥିଲେ। ସେ ୧୧ଟି ବଲ୍ ଖେଳି ୯ ରନ୍ କରିଥିଲେ, ଯେଉଁଥିରେ ୨ଟି ଚୌକା ସାମିଲ ଥିଲା। ନ୍ୟୁଜିଲାଣ୍ଡ ୪୦ ରନ୍ରେ ଦ୍ବିତୀୟ ୱିକେଟ୍ ହରାଇଛି। ହେନରୀ ନିକୋଲ୍ସ (୯ରନ)ଙ୍କୁ ଅର୍ଶଦୀପ ସିଂହ ଆଉଟ୍ କରିଛନ୍ତି।
Cricket: ଭାରତୀୟ କ୍ରିକେଟ୍ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ
ଭାରତୀୟ ଦଳ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ନମନ ଧୀର, ଅଂଶୁଲ କାମ୍ବୋଜ, ଆକିବ ନବି, ଗୁରନୁର ବ୍ରାର, ଅର୍ଶଦୀପ ସିଂହ।
ନ୍ୟୁଜିଲାଣ୍ଡ ଦଳ: ଟିମ୍ ସେଫର୍ଟ, ୱିଲ୍ ୟଙ୍ଗ, ହେନରୀ ନିକୋଲ୍ସ, ଡାରିଲ୍ ମିଚେଲ୍, ଟମ୍ ଲାଥାମ୍ (ୱିକେଟକିପର), ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନର (ଅଧିନାୟକ), ନାଥନ୍ ସ୍ମିଥ୍, କାଇଲ୍ ଜାମିସନ୍, ଜାକବ୍ ଡଫି, ବ୍ଲେୟାର ଟିକନର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।