News Reel: ନ୍ୟୁଜ୍ ରିଲ୍: ଦୁଇ ପୁଅଙ୍କୁ କନ୍ଦାନ୍ତି କରୀନା!
"ପୁଅ ତୈମୁର ଓ ଜୈହଙ୍କ ଲାଳନପାଳନ ନେଇ ଅଭିନେତ୍ରୀ କରୀନା କପୁର ଖୁବ୍ ଯତ୍ନବାନ୍ ବୋଲି ସମସ୍ତେ ଜାଣନ୍ତି।
ନିକଟରେ ମୁମ୍ବାଇରେ ତାଙ୍କ ଆଗାମୀ ଫିଲ୍ମ "ଦାୟରା"ର ଟ୍ରେଲର୍ ଲଞ୍ଚ୍ ଅବସରରେ କରୀନା କହିଛନ୍ତି ଯେ ପୁଅମାନେ ନିଜ ଭାବନାକୁ ଖୋଲାଖୋଲି ଭାବେ ପ୍ରକାଶ କରିବା ସହ ଦୟାଳୁ ଓ ସମ୍ବେଦନଶୀଳ ହେବା ଉଚିତ।
ପୁଅମାନେ କାନ୍ଦିବା ଉଚିତ ନୁହେଁ କିମ୍ବା ପୁରୁଷମାନେ ନିଜ ଭାବନା ପ୍ରକାଶ କରିବା ଅନୁଚିତ- ଏଭଳି ଧାରଣା ସହ ସେ ଏକମତ ନୁହନ୍ତି।
ତାଙ୍କ ମତରେ ସମ୍ବେଦନଶୀଳତା କେବଳ ଝିଅମାନଙ୍କ ସହ ଜଡ଼ିତ ନୁହେଁ।
ପୁଅମାନେ ମଧ୍ୟ ନିଜ ଭାବନାକୁ ପ୍ରକାଶ କରିବାର ସ୍ୱାଧୀନତା ପାଇବା ଆବଶ୍ୟକ।Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ସେ ଆହୁରି ବି କହିଛନ୍ତି ଯେ, ""ମୋର ଦୁଇ ପୁଅ ଯେତେବେଳେ କାନ୍ଦନ୍ତି, ମୁଁ ସେମାନଙ୍କୁ କାନ୍ଦିବାକୁ ପ୍ରୋତ୍ସାହନ ଦିଏ।
ଯଦି କାନ୍ଦିବାକୁ ଇଚ୍ଛା ହେଉଛି, ତେବେ କାନ୍ଦିବାରେ କୌଣସି ଅସୁବିଧା ନାହିଁ।
ନିଜ ଭାବନାକୁ ଅନୁଭବ କରିବା ଓ ତାହାକୁ ବୁଝିବା ବଡ଼ ହେବା ପ୍ରକ୍ରିୟାର ଏକ ଅଂଶ।"" ଦୁଇ ପୁଅର ମା" ଭାବେ ସେ ସେମାନଙ୍କୁ ଦାୟିତ୍ୱବାନ ଓ ଦୟାଳୁ ମଣିଷ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।
ବିଶେଷକରି ପୁଅମାନେ ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ ବୋଲି ସେ ପ୍ରାର୍ଥନା କରନ୍ତି।
କରୀନାଙ୍କ ଏହି ମତ ଆଜିର ସମୟରେ ପିଲାଙ୍କ ଭାବନାତ୍ମକ ବିକାଶ ନେଇ ଚାଲିଥିବା ଆଲୋଚନାକୁ ଆହୁରି ବଳ ଦେଇଛି।
ପିଲାମାନଙ୍କୁ ଭାବନା ଚାପି ରଖିବା ବଦଳରେ ତାହାକୁ ବୁଝିବା ଓ ସୁସ୍ଥ ଭାବେ ପ୍ରକାଶ କରିବାର ସୁଯୋଗ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, "ଦାୟରା"ରେ କରୀନାଙ୍କ ସହ ପୃଥ୍ୱୀରାଜ ସୁକୁମାରନ୍ ଅଭିନୟ କରିଛନ୍ତି ଏବଂ ଫିଲ୍ମଟି ସେପ୍ଟେମ୍ବର ୧୮ରେ ମୁକ୍ତିଲାଭ କରିବ।
Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।