ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

Oct 06, 2026 - 20:19
ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର ହୋଷ୍ଟ କମିଶନଙ୍କ ନିକଟରେ ଉପସ୍ଥାପନ କରିବେ।

ଆଇଓସି କହିଛି, ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ଭେନ୍ୟୁ ମାଷ୍ଟରପ୍ଲାନ୍‌ ଓ ଆଥଲେଟ୍‌ ଅଭିଜ୍ଞତା, ପାଣ୍ଠି ରଣନୀତିି, ରାଜନୈତିକ ଓ ସାଧାରଣ ସମର୍ଥନ, ଖେଳ ବିତରଣ କ୍ଷମତା ଏବଂ ଆୟୋଜକ ଦେଶ ପାଇଁ ଏହା ଯେପରି ଦୀର୍ଘ ମିଆଦୀ ଲାଭଜନକ୍‌ ହେବ, ସେଥିପାଇଁ ଉପଯୁକ୍ତ ରଣନୀତି ଭିତ୍ତିରେ କରାଯିବ।

ଆୟୋଜକ ହେବା ଲାଗି ଆଗ୍ରହ ପ୍ରକାଶ କରିଥିବା ଦେଶଗୁଡ଼ିକ ବର୍ତ୍ତମାନ ନିୟମିତ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସହ ଯୋଗାଯୋଗରେ ଅଛନ୍ତି। ଏହି ଦେଶଗୁଡ଼ିକ ହେଲେ ଜର୍ମାନୀ, ହଙ୍ଗେରୀ, ଭାରତ, କାତାର, ରିପବ୍ଲିକ ଅଫ୍‌ କୋରିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ। ଅଲିମ୍ପିକ୍ସ ପାଇଁ ଅକ୍ଟୋବର ୩୧ ପରେ କୌଣସି ଦେଶ ଆଗ୍ରହ ପ୍ରକାଶ କଲେ ତାଙ୍କ ଆବେଦନକୁ ବିଚାରକୁ ନିଆଯିବ ନାହିଁ। ଗେମ୍ସର ଆୟୋଜକ ହେବା ଲାଗି ଭାରତ ୨୦୨୪ରେ ଆଗ୍ରହ ପ୍ରକାଶ କରିଥିଲା, ମାତ୍ର କରଷ୍ଟି କୋଭେଣ୍ଟ୍ରି ଆଇଓସିର ନୂଆ ସଭାପତି ହେବାପରେ ଚୟନ ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି। ପ୍ରକ୍ରିୟାକୁ ସୁଗମ କରିବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନୂଆ ମତାମତ ଦାଖଲ କରିବା ନିମନ୍ତେ କୁହାଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।