ଆମେ ଚାହିଁଲେ ଏକ ସୁନ୍ଦର ସବୁଜ ପରିବେଶ ଗଢ଼ିପାରିବା

Nov 02, 2026 - 10:50
ଆମେ ଚାହିଁଲେ ଏକ ସୁନ୍ଦର ସବୁଜ ପରିବେଶ ଗଢ଼ିପାରିବା

ଭୁବନେଶ୍ୱର,୨।୧୧: ଆମେ ପରିବେଶ ପ୍ରଦୂଷଣ ବଢ଼ୁଛି ବୋଲି କହୁଛେ। ହେଲେ ପରିବେଶ ସୁରକ୍ଷା ପାଇଁ ଆମେ କେତେ ଉତ୍ତରଦାୟୀ ହେଉଛୁ? ସତରେ ଆମେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛୁ ନା କେବଳ ଦେଖେଇ ହୋଇ କହି ବୁଲୁଛୁ। ଗଛ ଖାଲି ଲଗେଇ ଦେଲେ ଚଳିବ ନାହିଁ, ଗଛର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। କେବଳ ସରକାର ନୁହନ୍ତି, ଆମକୁ ପରିବେଶ ଦିଗରେ ସଚେତନ ହେବାକୁ ପଡ଼ିବ। ସମାଜରେ ପରିବେଶକୁ ନେଇ ପ୍ରକୃତ ସଚେତନତା ସୃଷ୍ଟି କରିବା ଦରକାର। ଆମେ ଚାହିଁଲେ ଏକ ସୁନ୍ଦର ସବୁଜ ପରିବେଶ ଗଢ଼ିପାରିବା।

ସାଇ ସ୍ବରୂପ ଜେନା
ଛାତ୍ର, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରଫେସନାଲ ଷ୍ଟଡିଜ୍‌ ଆଣ୍ଡ୍‌ ରିସର୍ଚ୍ଚ, କଟକ

ପ୍ଲାଷ୍ଟିକ ଯୋଗୁ ପ୍ରଦୂଷଣ, ରୋଗ ବଢ଼ୁଛି
ବର୍ତ୍ତମାନ ପରିବେଶ ବହୁଳ ପରିମାଣରେ ପ୍ରଦୂଷିତ ହେବାରେ ଲାଗିଛି। ପ୍ଲାଷ୍ଟିକ ଓ ଧୂଅଁା ଯୋଗୁ ପ୍ରଦୂଷଣ ଅଧିକ ବଢ଼ୁଛି। ପ୍ଲାଷ୍ଟିକ କେବଳ ମଣିଷ ପାଇଁ ବିପଦ ସୃଷ୍ଟି କରୁନାହିଁ, ପଶୁପକ୍ଷୀଙ୍କର ମଧ୍ୟ କ୍ଷତି କରୁଛି। ବୁଲା ଗାଈଗୋରୁ, କୁକୁରମାନେ ପ୍ଲାଷ୍ଟିକ ଖାଇ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଜଳବାୟୂର ପରିବର୍ତ୍ତନ ପାଇଁ ଲୋକଙ୍କୁ ବିଭିନ୍ନ ରୋଗର ଆକ୍ରାନ୍ତ ହେବାକୁ ପଡ଼ୁଛି। ଜଣେ ଛାତ୍ରୀ ଭାବେ ମୁଁ ମୋର ସାଙ୍ଗସାଥୀ, ପରିବାର ସଦସ୍ୟଙ୍କୁ ପରିବେଶ ପ୍ରତି ସଚେତନ ରହିବା ସହ ଗଛ ଲଗାଇବାକୁ ଉତ୍ସାହିତ କରିବି।

ଲିଲିମା ପଟେଲ
ଛାତ୍ରୀ, ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।