ଉତ୍ତରାଖଣ୍ଡରେ ଭୟଙ୍କର ହେଲିକପ୍ଟର କ୍ରାଶ୍‌: ସମସ୍ତ ଯାତ୍ରୀ ମୃତ

Oct 30, 2026 - 15:12
ଉତ୍ତରାଖଣ୍ଡରେ ଭୟଙ୍କର ହେଲିକପ୍ଟର କ୍ରାଶ୍‌: ସମସ୍ତ ଯାତ୍ରୀ ମୃତ

ଡେରାଡୁନ୍‌,୩୦।୧୦: ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ବଦ୍ରିନାଥ ଧାମରୁ ଦର୍ଶନ ସାରି ଫେରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଟ୍ରାନ୍ସ ଭାରତ (Trans Bharat) କମ୍ପାନୀର ଏହି ହେଲିକପ୍ଟର ବଦ୍ରିନାଥ ଧାମରୁ ଯାତ୍ରୀଙ୍କୁ ନେଇ ଫେରୁଥିଲା। ଏହି ସମୟରେ ଯୋଶୀମଠର ମାରୱାଡ଼ି ଅଞ୍ଚଳ ନିକଟ ଚାୟ ଗାଁ ପାହାଡ଼ ପାଖରେ ହେଲିକପ୍ଟର ସହ ହଠାତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଇଥିଲା। ପରେ ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପ୍ରଶାସନିକ ଟିମ ଘଟଣାସ୍ଥଳକୁ ଯାଇଥିଲା। ଚମୋଲିର ଅତିରିକ୍ତ ଜିଲାପାଳ ବିବେକ ପ୍ରକାଶଙ୍କ ସୂଚନା ଅନୁସାରେ, ହେଲିକପ୍ଟରର ସନ୍ଧାନ ପାଇଁ ଅଞ୍ଚଳରେ ସର୍ଚ୍ଚ ଓ ରେସ୍କ୍ୟୁ ଅଭିଯାନ ଆରମ୍ଭ କରାଯାଇଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।