ଏଇ ଭାରତରେ

Oct 23, 2026 - 08:23
ଏଇ ଭାରତରେ

ଉତ୍ତରପ୍ରଦେଶର ଅର୍ଚ୍ଚନା ଜୈସା ଏବେ ଗ୍ରାମାଞ୍ଚଳ ପିଲାଙ୍କୁ ମାତ୍ର ୧୦୦ ଟଙ୍କା ଦେୟରେ କୋଚିଂ ଦେଉଛନ୍ତି। ଯେଉଁ ପିଲାମାନେ ଠିକ୍‌ ଭାବେ ସ୍କୁଲ ଟାସ୍କ କରିପାରୁ ନାହାନ୍ତି ସେଭଳି ପିଲାମାନେ ଅର୍ଚ୍ଚନାଙ୍କ ସଂସ୍ଥାରୁ କୋଚିଂ ନେଉଛନ୍ତି। ପିଲାଙ୍କୁ ସାହାଯ୍ୟ କରିବା ସକାଶେ ସେ ‘ଶିକ୍ଷା ସାଥୀ’ ସଂସ୍ଥା ମାଧ୍ୟମରେ ବିଭିନ୍ନ ଗାଁରେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏବଂ ଏହି କାର୍ଯ୍ୟରେ ଗାଁରେ ଅନ୍ୟ ଝିଅମାନଙ୍କୁ ଜଡ଼ିତ କରିଛନ୍ତି। ଫଳରେ ସେହି ଝିଅମାନେ ପିଲାଙ୍କୁ ଶିକ୍ଷା ଦେଇ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି କାର୍ଯ୍ୟ କରିବା ପାଇଁ ଅର୍ଚ୍ଚନା ତାଙ୍କ ପିତା ଜଗଦୀଶ ରାମଙ୍କଠାରୁ ପ୍ର୍ରେରଣା ପାଇଛନ୍ତି। ଜଗଦୀଶ ୧୭ ବର୍ଷ ବୟସରେ ରିକ୍ସା ଚଳାଉଥିଲେ ଓ ତା’ ଭିତରେ ବି ପଢ଼ି ରେଲଓ୍ବେରେ ଚାକିରି ପାଇଥିଲେ। ପରେ ତାଙ୍କ ପରିବାର ବାରାଣସୀରେ ରହିଥିଲେ। ଅର୍ଚ୍ଚନା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତାଙ୍କ ପିତାଙ୍କ ଜୀବନରୁ ଅର୍ଚ୍ଚନା ଉପଲବ୍ଧି କରିଥିଲେ ଯେ, ଶିକ୍ଷା ଜୀବନର ବଡ଼ ଆବଶ୍ୟକତା । ଗ୍ରାମାଞ୍ଚଳର ପିଲାମାନେ କିଭଳି ଭଲ ଶିକ୍ଷା ପାଇପାରିବେ ସେଥିପାଇଁ ସେ ‘ଶିକ୍ଷା ସାଥୀ’ ଗଠନ କରିଥିଲେ। ଏବେ ସେ ୬ଟା ଜିଲାରେ ୭୮ଟି ଶିକ୍ଷାକେନ୍ଦ୍ର ଚଳାଉଛନ୍ତି। ମୋଟ ୭,୬୫୦ ପିଲାଙ୍କୁ ୬୭ ଶିକ୍ଷକ ପଢ଼ାଉଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।