ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

Sep 17, 2026 - 12:47
ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ, ମାନ-ସମ୍ମାନ ଓ ସଫଳତା ମିଳିପାରେ। ସେହିପରି କେତେକ ସମୟରେ ଅଚାନକ ସମସ୍ୟା ମଧ୍ୟ ଦେଖାଦେଇପାରେ। ମାନସିକ ଶାନ୍ତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ଜ୍ୟୋତିଷରେ ମାନ୍ୟତା ରହିଛି।

ବର୍ତ୍ତମାନ ରାହୁ କୁମ୍ଭ ରାଶିରେ ଏବଂ କେତୁ ସିଂହ ରାଶିରେ ଅବସ୍ଥାନ କରୁଛନ୍ତି। ବୈଦିକ ଜ୍ୟୋତିଷ ଅନୁସାରେ ୫ ଡିସେମ୍ବର ୨୦୨୬ରେ ରାହୁ-କେତୁ ରାଶି ପରିବର୍ତ୍ତନ କରିବେ। ଏହାପରେ ରାହୁ କୁମ୍ଭରୁ ମକର ରାଶିକୁ ଏବଂ କେତୁ ସିଂହରୁ କର୍କଟ ରାଶିକୁ ପ୍ରବେଶ କରିବେ।

ତେବେ ଏହା ପୂର୍ବରୁ କିଛି ରାଶିର ଲୋକଙ୍କୁ କାମ, ଯାତ୍ରା, ସମ୍ପର୍କ ଓ ଆର୍ଥିକ ମାମଲାରେ ସତର୍କ ରହିବାକୁ ପଡ଼ିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି।

କର୍କଟ: ଏହି ସମୟରେ ଛୋଟ ଅବହେଳା ମଧ୍ୟ ସମସ୍ୟା ବଢ଼ାଇପାରେ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ନୂଆ କାମର ଆରମ୍ଭ ଭଲ ହୋଇପାରେ, କିନ୍ତୁ ତରବରିଆ ଭାବେ ନିଷ୍ପତ୍ତି ନନେଇ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବା ଭଲ। କଲେଜ କିମ୍ବା ଚାକିରି ପାଇଁ ଆବେଦନ କରୁଥିଲେ ବାଧା ଆସିପାରେ। ଚାପ ବଢ଼ିବାରୁ ମନ ଚିଡ଼ିଚିଡ଼ା ହୋଇପାରେ।

କନ୍ୟା: କନ୍ୟା ରାଶି ପାଇଁ ସମୟ ସାଧାରଣ ରହିପାରେ, କିନ୍ତୁ ଧୈର୍ଯ୍ୟର ପରୀକ୍ଷା ହୋଇପାରେ। ଜମିବାଡ଼ି ଓ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ଚିନ୍ତା ବଢ଼ାଇପାରେ। ସମ୍ପୂର୍ଣ୍ଣ ତଥ୍ୟ ନଜାଣି କୌଣସି ନୂଆ ଯୋଜନାରେ ଟଙ୍କା ନିବେଶ ନକରିବା ଭଲ। ଆର୍ଥିକ ମାମଲାରେ ସତର୍କତା ଲାଭଦାୟକ ହୋଇପାରେ। ଅଧିକ ଯାତ୍ରା ଓ ଖର୍ଚ୍ଚ ଯୋଗୁଁ ଚାପ ବଢ଼ିପାରେ।

କୁମ୍ଭ: ସମ୍ପର୍କରେ ସମନୱୟ ରକ୍ଷା କରିବାରେ କିଛି ସମସ୍ୟା ଆସିପାରେ। ଛୋଟ କଥାକୁ ନେଇ ତଣାପୋଡ଼ ବଢ଼ାଇବା ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ସମାଧାନ କରିବା ଭଲ। ନିବେଶ ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ନେବାବେଳେ ଧୈର୍ଯ୍ୟ ରଖନ୍ତୁ। ତରବରିଆ ଆର୍ଥିକ ନିଷ୍ପତ୍ତି ସମସ୍ୟା ବଢ଼ାଇପାରେ। କଳା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାମରେ ଛୋଟ ଭୁଲ ମଧ୍ୟ ଭାରୀ ପଡ଼ିପାରେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।