ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ମାଲେସିଆକୁ ହରାଇଲା ଜାପାନ
ଜଳନ୍ଧର, ୨ା୧୧: ଜାପାନ ଏହାର ଅନ୍ତିମ ରାଉଣ୍ଡ-ରବିନରେ ଏସିଆନ ଗେମ୍ସ ରୌପ୍ୟ ବିଜେତା ମାଲେସିଆକୁ ୨-୧ ଗୋଲ୍ରେ ପରାସ୍ତ କରି ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ଷ୍ଟାଣ୍ଡିଂ ତୃତୀୟ ସ୍ଥାନ ଅଧିକାର କରିଛି।
ଜାପାନ ୫ଟି ମ୍ୟାଚରୁ ୯ ପଏଣ୍ଟ ଅର୍ଜନ କରି ତା’ର ରାଉଣ୍ଡ ରବିନ ଅଭିଯାନ ଶେଷ କରିଛି। ମ୍ୟାଚର ୧୦ ମିନିଟରେ ଏକ ଗୋଲ୍ ସ୍କୋର କରି ମାଲେସିଆ ପ୍ରଥମେ ୧-୦ରେ ଅଗ୍ରଣୀ ଲାଭ କରିଥିଲା।
ମାତ୍ର କେଣ୍ଟାରୋ ଫୁକୁଡା ୨୪ତମ ଓ ୫୪ତମ ମିନିଟରେ ଦୁଇଟି ଫିଲ୍ଡ ଗୋଲ ସ୍କୋର କରି ମ୍ୟାଚକୁ ଜାପାନ ସପକ୍ଷକୁ ନେଇ ଆସିଥିଲେ। ପୂର୍ବରୁ ଚାଇନା ଓ ବାଂଲାଦେଶ ଅନୁଷ୍ଠିତ ଏକ ମ୍ୟାଚରେ ୧-୧ ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଏହାଥିଲା ଉଭୟଙ୍କ ଅନ୍ତିମ ରାଉଣ୍ଡ-ରବିନ ମ୍ୟାଚ।
ଷ୍ଟାଣ୍ଡିଂରେ ଉଭୟ ଦେଶ ସର୍ବନିମ୍ନ ସ୍ଥାନରେ ରହିଛନ୍ତି। ଭାରତ ବୁଧବାର ସେମିଫାଇନାଲରେ ଦକ୍ଷିଣ କୋରିଆକୁ ଭେଟିବାକୁ ଥିବା ବେଳେ ଅନ୍ୟ ସେମିଫାଇନାଲ ମ୍ୟାଚଟି ଜାପାନ ଓ ମାଲେସିଆ ମଧ୍ୟରେ ଖେଳାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।