କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ
ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ପରିବାର ପକ୍ଷରୁ ମଙ୍ଗଳବାର ରାତିରେ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଦେଖାଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲେ । ଅଭିଯୋଗ ପାଇବା ଥାନା ଅଧିକାରୀ ବିମଳ ପ୍ରସାଦ ମଲିକ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ଶିକ୍ଷକ ନିରାକାର ମହାରଣାକୁ ଗିରଫ କରିଥିଲେ । ଏ ନେଇ ଥାନାରେ କେଶ୍ ନଂ 323/26ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ବିଏନ୍ଏସ୍ ଦଫା 127 (2), 115(2), 74/76/351 ସହ ପୋକ୍ସୋ ଅାକ୍ଟ 10/12 ସହ 3 ଆକ୍ରୋସିଟ୍ ରେ ବୁଧବାର କୋର୍ଟ ଚାଲାଣ କରାଯାଇଛି ।
ଏଥିସହିତ ଅଭିଯୁକ୍ତ ଓ ପିଡ଼ିତା ଉଭୟଙ୍କର ଡାକ୍ତରୀମାଇନା କରାଯିବା ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଛି । ପରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପୀଡ଼ିତାଙ୍କୁ ହାଜର କରାଯାଇଥିବା ଥାନା ସୁତ୍ରରୁ ପ୍ରକାଶ ପାଇଛି । ଏହି ଘଟଣାରେ ବ୍ଲକ ସମେତ ସମଗ୍ର ଜିଲାର ଅଭିଭାବକ ଓ ବୁଦ୍ଧିଜୀବୀଙ୍କ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।