କେମିତି ଅଛନ୍ତି ଲାଲ କୃଷ୍ଣ ଆଡଭାନୀ? ହସ୍ପିଟାଲ ପକ୍ଷରୁ ଜାରି ହେଲା ହେଲଥ ବୁଲେଟିନ
ନୂଆଦିଲ୍ଲୀ,୧୯।୧୦: ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଆଜି, ସୋମବାର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।
ଛାତିରେ ସଂକ୍ରମଣ (chest infection) କାରଣରୁ ଲାଲ କୃଷ୍ଣ ଆଡଭାନୀଙ୍କୁ ଅକ୍ଟୋବର ୧୬ ରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଡାକ୍ତରଖାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲାଲ କୃଷ୍ଣ ଆଡଭାନୀ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ (neurologist) ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ଥିଲେ ଏବଂ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି।
ଲାଲ କୃଷ୍ଣ ଆଡଭାନୀ ନିୟମିତ ଭାବେ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ପାଇଁ ଆପୋଲୋ ହସ୍ପିଟାଲ ଯାଇଥାନ୍ତି। ସେ କିଛି ସମୟ ଧରି ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ବିନୀତ ସୁରୀଙ୍କ ସହ ମଧ୍ୟ ପରାମର୍ଶ କରୁଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।