କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ
କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ କମିଟି କର୍ତ୍ତୃପକ୍ଷ । ସୂଚନା ଅନୁଯାୟୀ ମୋବାଇଲ ମାଧ୍ୟମରେରେ କଥା କଟାକଟିକୁ ନେଇ ଭାଜପା ସମର୍ଥିତ ଛାତ୍ର ନେତା ଅଙ୍କିତ ପାଠକ ଅନୁଭବ ପଟ୍ଟନାୟକଙ୍କ ନାଁରେ ଗତ ୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଓ ପ୍ରମାଣ ଆଧାରରେ କେସିଙ୍ଗା ପୋଲିସ ଅନୁଭବଙ୍କ ନାମରେ କେସ ପଞ୍ଜିକରଣ କରିଥିଲେ । କଲେଜ ପକ୍ଷରୁ କେସିଙ୍ଗା ପୋଲିସକୁ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢୁଥିବା ସମସ୍ତ ୧୮ ଜଣ ପ୍ରତିଦ୍ବନ୍ଦୀଙ୍କ କ୍ରିମିନାଲ ରେକର୍ଡ ମାଗିବାରୁ ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳ ସମସ୍ତଙ୍କ ରେକର୍ଡ କଲେଜକୁ ପଠାଇଥିଲେ।
ସେଥିମଧ୍ୟରୁ ଜଣେ ଅନୁଭବ ପଟ୍ଟନାୟକଙ୍କ ନାମରେ ୯ ତାରିଖରେ ଏକ କେସ ରୁଜୁ ହୋଇଥିବା ଚିଠିରେ ଲେଖା ଥିଲା । ପୋଲିସ ରିପୋର୍ଟକୁ ଆଧାର କରି କଲେଜ କର୍ତ୍ତୃପକ୍ଷ ଅନୁଭବଙ୍କ ନାମାଙ୍କନ ନାକଚ କରି ଦେଇଥିଲେ। ଏନେଇ କଲେଜର ଛାତ୍ରଙ୍କ ସମେତ ବିଜେଡିରେ ଅସନ୍ତୋଷ ଦେଖା ଦେଇଥିଲା। ଏହିଖବର ପ୍ରଚାର ପ୍ରସାର ହେବା ପରେ ବିଜେଡି ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ରାଜ୍ୟ ଛାତ୍ର ବିଜେଡିର ଟାଣୁଆ ନେତା ଅଭିନାସ ଠାକୁର କେସିଙ୍ଗା ପରିଦର୍ଶନରେ କଲେଜକୁ ଯାଇ ଅଧ୍ୟକ୍ଷ ଅଶ୍ଵନି ପରିଡ଼ାଙ୍କ ସହିତ ଆଲୋଚନା କରିଥିଲେ । ସୁପ୍ରିମକୋର୍ଟ ଏବଂ ଲିଙ୍ଗଡୋ କମିଶନର ନିୟମ ଆଧାରରେ ନାମାଙ୍କନ କାୟମ କରିବାକୁ ଅନୁରୋଧ କରିଥିଲେ।
କଲେଜ ଅଧ୍ୟକ୍ଷ ମଧ୍ୟ ଅନୁଭବ ପଟ୍ଟନାୟକଙ୍କ ନାମାଙ୍କନ ନାକଚ ବିଷୟରେ କଲେଜର ନିର୍ବାଚନୀ ଟିମ ଗ୍ରିଭେନ୍ସ ଲିଗାଲ ସେଲ ଓ ମାଜିଷ୍ଟ୍ରେଟ ଙ୍କ ସହିତ ଆଲୋଚନା କରି ଶେଷ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶନିବାର ଦିନ କଲେଜ ପରିସରରେ ନାକଚ ପ୍ରସଙ୍ଗରେ ବହୁ ସମୟ ଧରି ଆଲୋଚନା କରି କଲେଜ ନିର୍ବାଚନୀ ଟିମ ଓ ଗ୍ରିଭେନ୍ସ ଲିଗାଲ ସେଲ ଅନୁଭବ ପଟ୍ଟନାୟକଙ୍କ ନାକଚ ପ୍ରାର୍ଥୀପତ୍ରକୁ କାୟମ କରାଯିବ ନିଷ୍ପତ୍ତି ନେଇଥିଲେ। ୧୫ ତାରିଖ ଦିନ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ନାକଚ ନାମାଙ୍କନକୁ ନିୟମ ଅନୁସାରେ କାୟମ କରିଥିବାରୁ କଲେଜ ନିର୍ବାଚନୀ ଟିମ କର୍ତ୍ତୃପକ୍ଷକୁ ବିଜେଡି ପକ୍ଷରୁ ଧନ୍ୟବାଦ୍ ଦେଇଛନ୍ତି । ଆଉ ୩ଦିନ ପରେ ନିର୍ବାଚନ ହେବ କିଏ ବାଜି ମାରିବ କିଏହାରିବା ତାହା ଦେଖି ବାକୁ ବାକି ରହିଲା ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।