ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍ରେ ପ୍ରଥମଥର କଲେ ଏମିତି କମାଲ
ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ସେ ମାତ୍ର ୧୮ଟି ବଲ୍ରୁ ଅପରାଜିତ ୪୪ ରନ କରିଛନ୍ତି। ତାଙ୍କର ଏହି ଦ୍ରୁତ ଇନିଂସ ଭାରତର ସ୍କୋରକୁ ୨୪୯ ରନ୍ରେ ପହଞ୍ଚାଇଥିଲା। ଏହି ପ୍ରଦର୍ଶନ ସହ ତିଲକ ନିଜ ଟି-୨୦ କ୍ୟାରିୟର୍ରେ ୫୦୦୦ ରନ ପୂରଣ କରିଛନ୍ତି।
ରିପୋର୍ଟ ଅନୁସାରେ, ସେ ୧୭୪ଟି ଟି-୨୦ ମ୍ୟାଚ୍ରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ କେବଳ ରନ ସଂଖ୍ୟା ନୁହେଁ, ବ୍ୟାଟିଂ ହାରାହାରି ଓ ଷ୍ଟ୍ରାଇକ ରେଟକୁ ନେଇ ମଧ୍ୟ ତାଙ୍କର ଏକ ଉଲ୍ଲେଖନୀୟ ରେକର୍ଡ।
ଟି-୨୦ କ୍ରିକେଟ୍ରେ ୫୦୦୦ ରନ ପୂରଣ କରିଥିବା ୧୪୩ ଜଣ ବ୍ୟାଟର୍ଙ୍କ ମଧ୍ୟରେ ତିଲକ ଏକମାତ୍ର ଖେଳାଳି, ଯାହାଙ୍କ ବ୍ୟାଟିଂ ହାରାହାରି ୪୦ରୁ ଅଧିକ ଏବଂ ଷ୍ଟ୍ରାଇକ ରେଟ ୧୪୦ରୁ ଅଧିକ।
୨୦୨୬ରେ ଶେଷ ଚାରି ଓଭର୍ ଅର୍ଥାତ୍ ୧୬ରୁ ୨୦ତମ ଓଭର୍ ମଧ୍ୟରେ ତିଲକ ୧୭୮ଟି ବଲ୍ର ସାମ୍ନା କରି ୪୧୪ ରନ କରିଥିବା ରିପୋର୍ଟରେ କୁହାଯାଇଛି। ଏହି ସମୟରେ ତାଙ୍କ ଷ୍ଟ୍ରାଇକ ରେଟ ୨୩୨.୫୮ ଥିବା ଦାବି କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।