ଟିମ ଇଣ୍ଡିଆରେ ହେବ ବଡ଼ ଅଦଳବଦଳ! ବୈଭବଙ୍କ ପାଇଁ ଖୁସିଖବର, ସଞ୍ଜୁଙ୍କୁ ମିଳିବ ଝଟ୍‌କା! ଜାଣନ୍ତୁ ଭିତିରି କଥା…

Oct 14, 2026 - 10:18
ଟିମ ଇଣ୍ଡିଆରେ ହେବ ବଡ଼ ଅଦଳବଦଳ! ବୈଭବଙ୍କ ପାଇଁ ଖୁସିଖବର, ସଞ୍ଜୁଙ୍କୁ ମିଳିବ ଝଟ୍‌କା! ଜାଣନ୍ତୁ ଭିତିରି କଥା…

ହାଇଦ୍ରାବାଦ,୧୪।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚ ଜିତି ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ପୂର୍ବ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହୋଇପାରେ। ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିପାରେ, ଅନ୍ୟପଟେ ଖରାପ ଫର୍ମ ଯୋଗୁ ସଞ୍ଜୁ ସାମସନଙ୍କୁ ବାହାରେ ବସିବାକୁ ପଡ଼ିପାରେ।

ସଞ୍ଜୁ ସାମସନଙ୍କ ବ୍ୟାଟରୁ ରନ ବାହାରୁ ନଥିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ୬ଟି ଇନିଂସ ମଧ୍ୟରୁ ୫ଟିରେ ସେ ବିଶେଷ ପ୍ରଭାବ ପକାଇବାରେ ବିଫଳ ହୋଇଛନ୍ତି। ରାଞ୍ଚିରେ ଖେଳିଥିବା ୮୨ ରନର ଇନିଂସକୁ ଛାଡ଼ିଦେଲେ, ଅନ୍ୟ ମ୍ୟାଚଗୁଡ଼ିକରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ରହିନାହିଁ।

ଅନ୍ୟପଟେ, ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ନିଜ ପ୍ରତିଭା ଦେଖାଇବା ସତ୍ତ୍ୱେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ଇନ୍ଦୋର T20ରେ ସଞ୍ଜୁଙ୍କ ନିରାଶାଜନକ ପ୍ରଦର୍ଶନ ପରେ ତାଙ୍କୁ ବାଦ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ, ତେବେ ଚତୁର୍ଥ T20ରେ ଅଭିଷେକ ଶର୍ମାଙ୍କ ସହ ବୈଭବ ଓପନିଂ କରିପାରନ୍ତି।

ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପୂର୍ବ ମ୍ୟାଚରେ ଟିମ ମ୍ୟାନେଜମେଣ୍ଟ କୁଲଦୀପ ଯାଦବଙ୍କ ସ୍ଥାନରେ ଦ୍ରୁତ ବୋଲର୍‌ ପ୍ରିନ୍ସ ଯାଦବଙ୍କୁ ସୁଯୋଗ ଦେଇଥିଲା। ଏହି ନିଷ୍ପତ୍ତି ଭାରତ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା।

ତେବେ ଚତୁର୍ଥ T20ରେ ପିଚ୍ର ସ୍ଥିତିକୁ ଦେଖି ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଇପାରେ। କୁଲଦୀପ ଯାଦବ ପୁଣି ଦଳକୁ ଫେରିପାରନ୍ତି। ଅନ୍ୟପଟେ, ଦ୍ରୁତ ବୋଲର୍ସଙ୍କପାଇଁ ଅନୁକୂଳ ପରିସ୍ଥିତି ରହିଲେ ପ୍ରିନ୍ସ ଯାଦବଙ୍କ ଉପରେ ଭରସା କରିପାରେ ଦଳ।

ହାଇଦ୍ରାବାଦର ଷ୍ଟାଡିୟମ ବଡ଼ ହୋଇଥିବାରୁ ସାଧାରଣତଃ ଏଠାରେ ବ୍ୟାଟର୍ଙ୍କୁ ସୁବିଧା ମିଳିଥାଏ। ତେଣୁ ପିଚକୁ ପ୍ରକୃତି ଓ ବୋଲର୍ଙ୍କୁ ମିଳୁଥିବା ସହାୟତାକୁ ଆଧାର କରି ଚୂଡ଼ାନ୍ତ ଏକାଦଶ ଚୟନ କରିବାକୁ ପଡ଼ିବ।

ଚତୁର୍ଥ T20 ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧
୧. ବୈଭବ ସୂର୍ଯ୍ୟବଂଶୀ
୨. ଅଭିଷେକ ଶର୍ମା
୩. ଈଶାନ କିଶନ (ଉଇକେଟ୍‌ କିପର୍‌)
୪. ଶ୍ରେୟସ ଆୟର (ଅଧିନାୟକ)
୫. ତିଳକ ବର୍ମା
୬. ନୀତୀଶ କୁମାର ରେଡ୍ଡୀ
୭. ନମନ ଧୀର
୮. ଅକ୍ଷର ପଟେଲ
୯. କୁଲଦୀପ ଯାଦବ/ପ୍ରିନ୍ସ ଯାଦବ
୧୦. ମୟଙ୍କ ଯାଦବ
୧୧. ଅର୍ଶଦୀପ ସିଂହ

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।