ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ କଲେ ଆମେରିକାର ପ୍ରମୁଖ ଟିଭି ନେଟ୍‌ଓ୍ବର୍କ

Sep 22, 2026 - 07:53
ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ କଲେ ଆମେରିକାର ପ୍ରମୁଖ ଟିଭି ନେଟ୍‌ଓ୍ବର୍କ

ଓ୍ବାଶିଂଟନ୍‌,୨୨ା୯: ହ୍ବାଇଟ୍‌ ହାଉସ୍‌ରେ ସିଏନ୍‌ଏନ୍‌ର ପ୍ରବେଶକୁ ନିଷେଧ କରାଯିବାର ପ୍ରତିବାଦରେ ଆମେରିକାର ପ୍ରମୁଖ ଟେଲିଭିଜନ ନେଟ୍‌ଓ୍ବର୍କଗୁଡ଼ିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମଗୁଡ଼ିକର ଖବର ପ୍ରସାରଣ କରିବା ବନ୍ଦ କରିଛନ୍ତି। ଫଳରେ ଟ୍ରମ୍ପ୍‌ ପ୍ରଶାସନ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତିଙ୍କ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଗଣମାଧ୍ୟମଗୁଡ଼ିକର ମିଳିତ ପ୍ରବେଶ ଅଧିକାର ବା ଭିଡିଓ ଶେୟାର ବ୍ୟବସ୍ଥା ଥାଏ, ଟିଭି ପୁଲ୍‌ ସେସବୁ କାର୍ଯ୍ୟକ୍ରମ କଭର କରିବ ନାହିଁ ବୋଲି ଫକ୍ସ ନ୍ୟୁଜ୍‌ର ଓ୍ବାଶିଂଟନ ବ୍ୟୁରୋ ଚିଫ୍‌ ବ୍ର଼୍ୟାନ୍‌ ବୌଟନ୍‌ କହିଛନ୍ତି। ବୌଟନ୍‌ ଟେଲିଭିଜନ ପୁଲ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।