ତୁମୁଡ଼ିବନ୍ଧ ବିଜେଡିରେ ନୂଆ ଇନିଂସ୍‌! ନବନିଯୁକ୍ତ ନେତାଙ୍କୁ ଭବ୍ୟ ସ୍ୱାଗତ, ଏକଜୁଟ୍‌ ହେଲେ କର୍ମୀ

Nov 03, 2026 - 18:03
ତୁମୁଡ଼ିବନ୍ଧ ବିଜେଡିରେ ନୂଆ ଇନିଂସ୍‌! ନବନିଯୁକ୍ତ ନେତାଙ୍କୁ ଭବ୍ୟ ସ୍ୱାଗତ, ଏକଜୁଟ୍‌ ହେଲେ କର୍ମୀ

ତୁମୁଡ଼ିବନ୍ଧ,୩।୧୧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ କର୍ମୀ ଦୀପକ କୁମାର ପରାସେଠଙ୍କ ନେତୃତ୍ୱରେ ତୁମୁଡ଼ିବନ୍ଧ ବ୍ଲକର ୧୧ଟି ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ଆମ୍ବେଦକର ଛକଠାରେ ଏକତ୍ରିତ ହୋଇଥିଲେ। ସେଠାରେ ନବନିଯୁକ୍ତ ବ୍ଲକ ବିଜେଡି ସଭାପତି କୁନା ଦଣ୍ଡସେନା, କାର୍ଯ୍ୟକାରୀ ସଭାପତି ଯୋହନ ବାରିକ, ବାଲିଗୁଡ଼ା ବିଧାନସଭା ମଣ୍ଡଳୀର ସଂଯୋଜକ ତଥା ପୂର୍ବତନ ବିଧାୟକ ରାଜୀବ ପାତ୍ର ଏବଂ ବରିଷ୍ଠ କର୍ମୀ ସୁରେନ୍ଦ୍ର ପରାସେଠଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ସମସ୍ତେ ଡାକବଙ୍ଗଳା ପର୍ଯ୍ୟନ୍ତ ଯାଇଥିଲେ।

ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କର୍ମୀ ଗଙ୍ଗାଧର ମିଶ୍ର ସଭା ପରିଚାଳନା କରିଥିଲେ। ନବନିଯୁକ୍ତ ବ୍ଲକ ବିଜେଡି ସଭାପତି କୁନା ଦଣ୍ଡସେନା, କାର୍ଯ୍ୟକାରୀ ସଭାପତି ଯୋହନ ବାରିକ, ବାଲିଗୁଡ଼ା ବିଧାନସଭା ମଣ୍ଡଳୀର ସଂଯୋଜକ ତଥା ପୂର୍ବତନ ବିଧାୟକ ରାଜୀବ ପାତ୍ର ଓ ବରିଷ୍ଠ କର୍ମୀ ସୁରେନ୍ଦ୍ର ପରାସେଠଙ୍କୁ ଫୁଲମାଳ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଦଳକୁ ଅଧିକ ମଜଭୁତ କରିବା, ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସାମିଲ ହେବା ଏବଂ ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ନବନିଯୁକ୍ତ ପ୍ରତିନିଧିମାନେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଦଳ ଅଧିକ ସୁଦୃଢ଼ ହେବା ସହ ନବୀନ ପଟ୍ଟନାୟକଙ୍କ ହାତ ମୁଠା ଟାଣ ହେବ ବୋଲି ସେମାନେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ତୁମୁଡ଼ିବନ୍ଧ ବ୍ଲକର ବରିଷ୍ଠ କର୍ମୀ ରବିଚନ୍ଦ୍ର ପାଢ଼ୀ, ସୁଦାମ ପାଟମାଝି, ଜିସୟ ମଣ୍ଡଳ, ନୀଳାଞ୍ଚଳ ପାଢ଼ୀ, ଦିବାକର ପରାସେଠ, ମେଟ ପରାସେଠ, ରାମଚନ୍ଦ୍ର ପାଟମାଝି, ଭଣ୍ଡାରଙ୍ଗୀ ପଞ୍ଚାୟତର ସରପଞ୍ଚ ଅନନ୍ତ ପାତ୍ର, ରଘୁନାଥ ପାତ୍ର, ସୁରେନ୍ଦ୍ର ନାୟକ ଓ କିରଣ ଶଙ୍କର ପରାସେଠ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରବିଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।