ମିଥୁନ ଓ ମକର ସମେତ ୫ ରାଶିଙ୍କ ଆଗାମୀ ୨୨ ଦିନରେ ବଦଳିବ ଭାଗ୍ୟ: ସାଲାରି ହୋଇଯିବ ଡବଲ୍‌

Nov 03, 2026 - 19:28
ମିଥୁନ ଓ ମକର ସମେତ ୫ ରାଶିଙ୍କ ଆଗାମୀ ୨୨ ଦିନରେ ବଦଳିବ ଭାଗ୍ୟ: ସାଲାରି ହୋଇଯିବ ଡବଲ୍‌

ବୁଧ ଗ୍ରହ ରାହୁଙ୍କ ନକ୍ଷତ୍ର ସ୍ୱାତୀରେ ପ୍ରବେଶ କରିବା ରାଶିମାନଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ବୁଧ ଆଗାମୀ ୨୨ ଦିନ ଅର୍ଥାତ ୨୫ ନଭେମ୍ୱର ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।

ବୁଧ ଗ୍ରହ ସୱାତୀ ନକ୍ଷତ୍ରରେ ରହିବା ସମୟରେ ଅନେକ ରାଶି ଉପରେ ପ୍ରଭାବ ପଡ଼ିବ। ମିଥୁନ, କନ୍ୟା, ଧନୁ, ମକର ଏବଂ କୁମ୍ଭ ରାଶିର ଲୋକମାନଙ୍କୁ ବ୍ୟବସାୟରେ ଉନ୍ନତି ହେବା ସହ ଲାଭ ମିଳିପାରେ।

ମିଥୁନ ରାଶି
ବୁଧଙ୍କ ନକ୍ଷତ୍ର ଚଳନ ମିଥୁନ ରାଶି ପାଇଁ ଶୁଭଫଳଦାୟୀ ରହିବ। ଆପଣମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ସମୟ ରହିବ।

କନ୍ୟା ରାଶି
କନ୍ୟା ରାଶିର ଲୋକମାନଙ୍କ ପାଇଁ ନିବେଶ କରିବା ଭଲ ରହିବ। ବ୍ୟବସାୟୀମାନଙ୍କ ପାଇଁ ଉନ୍ନତିର ଯୋଗ ବନିପାରେ। ଆପଣଙ୍କୁ ଅଟକି ରହିଥିବା ଟଙ୍କା ଫେରି ମିଳିପାରେ।

ଧନୁ ରାଶି
ବୁଧ ଗ୍ରହ ରାହୁଙ୍କ ନକ୍ଷତ୍ର ସୱାତୀକୁ ଆସିବା ସଫଳତାର ଯୋଗ ନେଇ ଆସିବ। ଧନୁ ରାଶିର ଲୋକମାନଙ୍କୁ ଅଟକି ରହିଥିବା ଟଙ୍କା ଫେରି ମିଳିପାରେ। ନୂଆ ଲୋକଙ୍କ ସହ ସମ୍ପର୍କ ସୃଷ୍ଟି ହୋଇପାରେ।

ମକର ରାଶି
ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ମକର ରାଶି ପାଇଁ ଭଲ ରହିବ। ଆପଣମାନଙ୍କ ଭାଗ୍ୟରେ ବୃଦ୍ଧି ଘଟିବ। କ୍ୟାରିୟରରେ ଉନ୍ନତି କରିପାରିବେ। ବ୍ୟବସାୟରେ ଆର୍ଥିକ ଲାଭ ମିଳିବା କାରଣରୁ ମନ ପ୍ରସନ୍ନ ରହିବ।

କୁମ୍ଭ ରାଶି
କୁମ୍ଭ ରାଶିର ଲୋକମାନଙ୍କୁ ବ୍ୟବସାୟରେ ଲାଭ ମିଳିପାରେ। ଆପଣମାନଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ଆର୍ଥିକ ଦୃଷ୍ଟିକୋଣରୁ ଲାଭର ଯୋଗ ବନିବ। ଆପଣମାନଙ୍କୁ ନିବେଶ କରିବାରୁ ଲାଭ ମିଳିପାରେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।