ଦଣ୍ଡିତ ହେଲା ପାକିସ୍ତାନ ଦଳ
ଦୁବାଇ,୧୪ା୯: ବର୍ମିଂହାମ୍ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧ ବିଶ୍ୱ ଚାମ୍ପିୟନଶିପ୍ ପଏଣ୍ଟ କାଟି ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଏହାର ଓ୍ବେବ୍ସାଇଟରେ ସୂଚନା ଦିଆଯାଇଛି।
ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନ ୦-୩ରେ ଆୟୋଜକ ଇଂଲଣ୍ଡ ନିକଟରୁ ହାରିଯାଇଛି। ପାକିସ୍ତାନ ଟାର୍ଗେଟଠାରୁ ୧୧ ଓଭର ପଛରେ ରହିଯାଇଥିତ୍ଲା। ପାକିସ୍ତାନ ଲିଡ୍ସଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୧୦୩ ରନରେ ପରାଜିତ ହୋଇଥିଲା।
ଲଡର୍ସଠାରେ ଦ୍ୱିତୀୟ ଟେଷ୍ଟରେ ୧୯୪ ଏବଂ ଏଜବାଷ୍ଟନରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ ୮ଉଇକେଟରେ ହାରିଯାଇଥିଲା। ସ୍ଲୋ ଓଭର ପାଇଁ ଦଣ୍ଡିତ ହେବା ପରେ ପାକିସ୍ତାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଷ୍ଟାଣ୍ଡିଂରେ ସର୍ବନିମ୍ନ ସ୍ଥାନକୁ ଖସି ଆସିଛି। ଦଳ ୪.୬୩ ପଏଣ୍ଟ ସହ ବର୍ତ୍ତମାନ ୯ମ ସ୍ଥାନରେ ରହିଥିବା ଆଇସିସି କହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।