ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ
ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ୭୧ ତମ ଜନ୍ମ ବାର୍ଷିକୀ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନରେ ମଙ୍ଗଳ ଆରତୀ, ମନ୍ଦିର ପରିକ୍ରମା, ସ୍ତବ ପାଠ ଓ ଭଜନ ପରେ ଶୃଙ୍ଗାର ଆରତୀ, ଗୁରୁଦେବଙ୍କ ଗୁଣାବଳୀ କୀର୍ତ୍ତନ କରାଯାଇଥିଲା। ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର, ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ବିଷ୍ଣୁ ମହାରାଜଙ୍କ ପାଦ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଗୁରୁବାର ସନ୍ଧ୍ୟାରେ ମହାରାଜଙ୍କୁ ପୁଷ୍ପ ସଜ୍ଜିତ ଏକ ରଥରେ ବସାଇ ଅନୁଗାମୀ ଭକ୍ତ ଓ ସଂକୀର୍ତନ ମଣ୍ଡଳୀ ଗହଣରେ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା।କାର୍ଯ୍ୟକ୍ରମରେ ତ୍ରିଦଣ୍ଡି ସ୍ୱାମୀ କେଶବ ମହାରାଜ, ଅକିଞ୍ଚନ ମହାରାଜ, ନିସ୍କିଞ୍ଚନ ମହାରାଜ, ଗୋସ୍ୱାମୀ ମହାରାଜ, ଜ୍ୟୋତି ମହାରାଜ, ସାଗର ମହାରାଜ, ବୈଷ୍ଣବ ମହାରାଜ, ହୃଷିକେଶ ମହାରାଜଙ୍କ ସମେତ ବହୁ ସାଧୁ ସନ୍ଥ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଭକ୍ତିସାଧକ ଯୋଗୀ ମହାରାଜ, ଶ୍ୟାମାନନ୍ଦ ପ୍ରଭୂ, କୃଷ୍ଣଦାସ ପ୍ରଭୂ, ଲିଙ୍ଗରାଜ ପ୍ରଭୂ ପରିଚାଳନା କରିଥିଲେ।
Dharitri –Odisha’s No.1 Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।