ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ ରେଡ୍ଡୀଙ୍କ ପରିବାରକୁ ୧୦ ଲକ୍ଷ ଅର୍ଥ ରାଶି ପ୍ରଦାନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗ୍ରାମରେ ପହଞ୍ଚି ଅର୍ଥରାଶି ଚେକ୍ ପ୍ରଦାନ କରିଥିବା ବେଳେ ସ୍ଥାନୀୟ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଲକ୍ଷ୍ମୀପୁର ଗ୍ରାମର ଏନ୍ ମୋହନ ରେଡ୍ଡୀଙ୍କ ପୁଅ ନୀଳାଞ୍ଚଳ ଜନ୍ମରୁ ଦିବ୍ୟାଙ୍ଗ ରହିଥିଲେ। ତାଙ୍କୁ ବର୍ତ୍ତମାନ ୮ ବର୍ଷ ହେଲାଣି କିନ୍ତୁ ସେ ଚାଲିବା ପାଇଁ ସକ୍ଷମ ହୋଇପାରିନାହାନ୍ତି। ଯାହାକୁ ନେଇ ଗ୍ରାମର ସମାଜସେବୀ ଏନ୍. ଗଙ୍ଗାଧର ରେଡ୍ଡୀ ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ଅର୍ଥରାଶି ମିଳିବା ପରେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସେହି ଗ୍ରାମର ଏନ ଗଙ୍ଗାଙ୍କୁ ଗ୍ରାମବାସୀ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।