ଦୀପ ଜାଳି କ୍ୟାପ୍ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର
ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରବିବାର ବିଦ୍ୟାଳୟର ଛାତ୍ରୀଛାତ୍ର, ପରିଚାଳନା କମିଟି ସଦସ୍ୟ, ଅତିଥି ଏବଂ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ କ୍ୟାପଟେନ ସ୍ମିତଙ୍କ ସୁସ୍ଥତା ପାଇଁ ଦୀପ ପ୍ରଜ୍ୱଳନ ସହ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମରେ ୧୧୧ଟି ଦୀପ ପ୍ରଜ୍ୱଳନ କରାଯାଇ କ୍ୟାପ୍ଟେନ ସ୍ମିତଙ୍କ ଶୀଘ୍ର ଆରୋଗ୍ୟ ଓ ସୁସ୍ଥତା ପାଇଁ ପ୍ରାର୍ଥନା କରାଯାଇଥିଲା। ଛାତ୍ରୀଛାତ୍ରମାନେ ହାତରେ ପ୍ଲାକାର୍ଡ ଧରି ଭାରତୀୟ ପାଇଲଟଙ୍କ ସାହସିକତା ଏବଂ ଦେଶପ୍ରତି ତାଙ୍କର ସେବା ଭାବନାକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ପଞ୍ଚମ ଶ୍ରେଣୀ ଛାତ୍ରୀ ତେଜସ୍ବିନୀ ଦଳାଇ ଓ ଧରିତ୍ରୀ ପରିଡ଼ା ଭାଷଣ ଦେଇ କ୍ୟାପଟେନ ସ୍ମିତଙ୍କ ସାହସିକତାର ପ୍ରଶଂସା କରି ତାଙ୍କର ସୁସ୍ଥତା କାମନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଶୀପୁର ସମବାୟ ସମିତି ସଭାପତି ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କାଶୀପୁର ଗ୍ରାମର ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ଜଜ୍ଞେଶ୍ୱର ଛୋଟରାୟ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ୱାର୍ଡ ସଭ୍ୟ ବିପିନ କୁମାର ସାହୁ, ୱାର୍ଡ ସଭ୍ୟା ରୀନା ବିଶ୍ୱାଳ ଓ ନକୁଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ରଶ୍ମିତା ପରିଡ଼ାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପରିଚାଳନା କମିଟି ସଦସ୍ୟା/ସଦସ୍ୟ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶୁଭେଚ୍ଛୁ କୈଳାସ ଦଳେଇ, ନିରଞ୍ଜନ ଦଳେଇ, ପତିତପାବନ ବଳିୟାର ସିଂହଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।