ଦ୍ୱିତୀୟ ଦିନିକିଆ ପଇଁ ଭାରତୀୟ ପ୍ଲେଇଂ-୧୧ରେ ହୋଇପାରେ ବଡ଼ ପରିବର୍ତ୍ତନ: ସିରାଜ୍ ଇନ୍, ନବି ଆଉଟ୍ !
ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍ର ରିଜିଓନାଲ ଷ୍ଟାଡିୟମ୍ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ ଦଳ ସିରିଜ୍ରେ ୧-୦ରେ ଆଗୁଆ ରହିଛି। ଏବେ ଦ୍ୱିତୀୟ ମ୍ୟାଚ ପୂର୍ବରୁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ପ୍ରଥମ ଦିନିକିଆରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳି ନ ଥିଲା। ଏହାକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍ରେ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ଆଶା କରାଯାଉଛି।
ମହମ୍ମଦ ସିରାଜ ଭାରତୀୟ ଦଳର ଜଣେ ଅଭିଜ୍ଞ ଦ୍ରୁତ ବୋଲର। ତେଣୁ ତାଙ୍କୁ ଦ୍ୱିତୀୟ ମ୍ୟାଚ୍ରେ ଖେଳାଇବା ନେଇ ଦଳ ପରିଚାଳନା ବିଚାର କରିପାରେ। କିନ୍ତୁ ସିରାଜ ଦଳକୁ ଫେରିଲେ ଜଣେ ବୋଲରଙ୍କୁ ବାହାରେ ବସିବାକୁ ପଡ଼ିବ।
ପ୍ରଥମ ଦିନିକିଆରେ ଅର୍ଶଦୀପ ସିଂହ, ଆକିବ ନବି, ଅଂଶୁଲ କାମ୍ବୋଜ ଓ ଗୁରନୂର ବରାର ଖେଳିଥିଲେ। ସମସ୍ତେ ଭଲ ବୋଲିଂ କରିଥିଲେ। ତେବେ ସିରାଜଙ୍କ ଫେରିବା ସ୍ଥିତିରେ ଆକିବ ନବିଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇପାରେ ବୋଲି ଆକଳନ କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।