ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

Sep 12, 2026 - 21:02
ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ ହେଲେ ଜୟପାଟଣା ଥାନା ଅନ୍ତର୍ଗତ ସିଲେଇଜୋର ଗ୍ରାମର ଦସାଇ ମାଝି।

ଦସାଇ ବୁଧବାର ଦିନଠାରୁ ନିଖୋଜ ହୋଇଯାଇଥିଲେ। ହେଲେ ଶନିବାର ତାଙ୍କର ମୃତଦେହ ପିତବାସପୁର ବ୍ରିଜ ନିକଟରେ ଦେଖିବାକୁ ମିଳିଥିଲା। ଖବର ପାଇ କୋକସରା ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲେ।

ମିଳିଥିବା ସୂଚନା ମୁତାବକ, ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦସାଇ ବାପା ଘର ଜାମଚୁଆଁ ଏବଂ ଶାଶୁ ଘର ଯିବା ଆସିବା କରି ଚଳୁଥିଲେ। ଦସାଇଙ୍କ ୨ପୁଅ ଓ ଜଣେ ଝିଅ ଅଛନ୍ତି। ପୂର୍ବରୁ ବାପାଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ମା’ଙ୍କୁ ହରାଇ ଝିଅ-ପୁଅ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିବା ବେଳେ ପରିବାରରେ ଶୋକର ଛାୟା ଖେଳି ଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।