ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

Sep 28, 2026 - 14:58
ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଗାଜରରେ କାରୋଟିନ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ଦୃଷ୍ଟି ଶକ୍ତିକୁ ଆହୁରି ମଜଭୁତ କରିଥାଏ। ଏଥିରେ ଭିଟାମିନ୍‌-ସି ଥିବାରୁ, ଏହା ଶରୀରରେ ଆଣ୍ଟିବଡ଼ି ଗଠନ କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଗାଜରରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି। ଏହାକୁ ନିୟମିତ ଖାଇଲେ ରକ୍ତରେ ସୁଗାର ପରିମାର କେତେକାଂଶରେ ସନ୍ତୁଳିତ ରହିଥାଏ। କେବଳ ସେତିକି ନୁହେଁ, ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏହା ଅସ୍ଥିକୁ ମଜଭୁତ ରଖିବାରେ ସାହାଯ୍ୟ କରେ। ଗାଜର ଶରୀରର ଓଜନକୁ କେତେକାଂଶରେ ସନ୍ତୁଳିତ ରଖେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।