ପାଇଲଟ ସ୍ମିତ୍ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍ଆଇଏ
ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏକ ମାମଲା ରୁଜୁ କରିଛି। ୨୦୧୬ର ଆଣ୍ଟି-ହାଇଜାକିଂ ଆଇନ ଏବଂ ୧୯୬୭ର ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନର ପ୍ରାସଙ୍ଗିକ ଧାରା ଅଧୀନରେ ଅକ୍ଟୋବର ୯ ତାରିଖରେ ଏହି ମାମଲା ରୁଜୁ କରାଯାଇଛି
ବିମାନଟି ଦୁବାଇରୁ ତେଲଅଭିଭ ଅଭିମୁଖେ ଯାଉଥିବା ସମୟରେ କକପିଟ ଭିତରେ ସହ-ପାଇଲଟ ସ୍ମିତଙ୍କୁ ଆକ୍ରମଣ କରି ଗୁରୁତର କରିଥିଲେ। ଆହତ ହେବା ସତ୍ତ୍ୱେ ମଚ୍ଛର କକପିଟ କବାଟ ଖୋଲିବାରେ ସଫଳ ହୋଇଥିଲେ, ଫଳରେ ଅନ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରିପାରିଥିଲେ ଏବଂ ଏକ ସମ୍ଭାବ୍ୟ ବିପର୍ଯ୍ୟୟକୁ ଏଡ଼ାଇବାରେ ସାହାଯ୍ୟ କରିଥିଲେ।
ପରେ ବିମାନଟିକୁ ସାଉଦି ଆରବର ତବୁକ୍କୁ ଡାଇଭର୍ଟ କରାଯାଇଥିଲା, ଯେଉଁଠାରେ ଆହତ ପାଇଲଟ ଜଣକ ଜରୁରୀକାଳୀନ ଚିକିତ୍ସା ପାଇବା ପରେ ଅଧିକ ଯତ୍ନ ପାଇଁ ଆବୁଧାବିକୁ ସ୍ଥାନାନ୍ତରିତ ହୋଇଥିଲେ। ମଚ୍ଛର ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।