ପୁଅଙ୍କୁ ଛୁରି ଭୁସି ହତ୍ୟା ଉଦ୍ୟମ, ବନ୍ଧା ହେଲେ ବାପା

Oct 18, 2026 - 21:26
ପୁଅଙ୍କୁ ଛୁରି ଭୁସି ହତ୍ୟା ଉଦ୍ୟମ, ବନ୍ଧା ହେଲେ ବାପା

ଭୁବନେଶ୍ୱର, ୧୮ା୧୦: ପୁଅର କାର୍ଯ୍ୟକଳାପ ଅସହ୍ୟ ହେବାରୁ ହତ୍ୟା ଯୋଜନା କରିଥିଲେ ବାପା। ଛୁରାମାଡ଼ ପରେ ପୁଅ ବଞ୍ଚି ଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ଏହି ସ୍ପର୍ଶକାତର ଘଟଣା ଘଟିଛି। ହତ୍ୟା ଉଦ୍ୟମ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବାପା ଚନ୍ଦନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନାନୁସାରେ, ଚନ୍ଦନ ତାଙ୍କ ପୁଅ ନିହାର ନାୟକଙ୍କ କାର୍ଯ୍ୟକଳାପରେ ଖୁସି ନ ଥିଲେ। ଶନିବାର ନିହାର ଶୋଇଥିବା ସମୟରେ ସେ ପୂର୍ବ ପ୍ରସ୍ତୁତି ଅନୁସାରେ ୨ଟି ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ।

ଏହି ସମୟରେ ନିହାର ବିରୋଧ କରି ଖସିଯିବାକୁ ଚେଷ୍ଟା କରିବା ସମୟରେ ଚନ୍ଦନ ତାଙ୍କ ପିଠି ଓ ପେଟରେ ଛୁରି ଭୁସି ଫେରାର ହୋଇଯାଇଥିଲେ। ଫଳରେ ନିହାରଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ମେଡିକାଲ ପଠାଇଥିଲା। ଏନେଇ ନିହାରଙ୍କ ମା’ ଅମିତା ନାୟକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ବାପା ଚନ୍ଦନଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ପୋଲିସ ମାମଲା ତଦନ୍ତ ଚଳାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।