ବନ୍ଦ ହେଲା ହୀରାକୁଦର ୬ ଗେଟ୍, ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୧୬ ଏବଂ ଦକ୍ଷିଣ ପାର୍ଶ୍ୱର ୮ଟି ମିଶି ମୋଟ ୨୪ଟି ସ୍କୁଇସ ଗେଯ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।
ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ମଙ୍ଗଳବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୬୫ ଫୁଟକୁ ବୃଦ୍ଧି ପାଇଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୪୮ ହଜାର ୩୬୩ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି।
ସେଥିମଧ୍ୟରୁ ୨୪ଟି ଗେଟ ଜରିଆରେ ୪ ଲକ୍ଷ ୧୦ ହଜାର ୭୯୨ ଘନଫୁଟ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୩,୦୮୪ ଘନଫୁଟ, ବରଗଡ଼ କେନାଲରେ ୩,୬୬୧ ଘନଫୁଟ, ଶାସନ କେନାଲରେ ୫୦୦ ଘନଫୁଟ, ସମ୍ବଲପୁର କେନାଲରେ ୧୦୫ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୨୧ ଘନଫୁଟ ଜଳ ନିଷ୍କାସିତ ହେଉଛି।
ସୂଚନାଯୋଗ୍ୟ, ଜଳଭଣ୍ଡାର ପାଣିପାଗ ନିୟନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ୦.୦୬ ମିମି ଓ ତଳମୁଣ୍ଡରେ ଆଦୌ ବର୍ଷା ରେକର୍ଡ ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।