ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ
ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ ପାଇଁ ସାହାରା ପାଲଟିଛି ଦେଶୀ ଡଙ୍ଗା। ହେଲେ ବିବାହ ସ୍ଥିର ହୋଇଥିବା ନଦୀକୂଳ ଗଁା ମନୁନଗର ଗ୍ରାମର ରବୀନ୍ଦ୍ର ପାତ୍ରଙ୍କ ପୁଅ ହେମନ୍ତଙ୍କ ପରିବାର ଲୋକଙ୍କ ଏହି ବନ୍ୟାବିପତ୍ତିକୁ ଦେଖି ଚିନ୍ତା ବଢ଼ିଥିଲା। ଠିକ୍ ସମୟରେ ନ ପହଞ୍ଚତ୍ଲେ ବିବାହ ଲଗ୍ନ ଗଡ଼ିଯିବ। ଏନେଇ ବନ୍ଧୁବାନ୍ଧବ ଆତ୍ମୀୟସ୍ବଜନ ବ୍ୟସ୍ତ ହୋଇପଡ଼ିଥିଲେ। ବାହାଘର ନିମନ୍ତେ ପୂର୍ବରୁ ଦିନ ଧାର୍ଯ୍ୟ ବି ହୋଇଥିବାରୁ ଶେଷରେ ଜରୁରୀ ଭିତ୍ତିରେ ସ୍ଥାନୀୟ ଏକ ଡ଼ଙ୍ଗା ଭଡ଼ାରେ ଆଣିଥିଲେ। ଏହି ଡଙ୍ଗାରେ ବର ସହିତ ଆତ୍ମୀୟସ୍ବଜନମାନେ ରବିବାର ବିବାହ ଲାଗି ୧ କି.ମି. ଦୂର ଯାଇଥିଲେ। ଦକ୍ଷିଣ ଭୋଗରାଇ ବଇତପୁର ଗ୍ରାମରେ ବିବାହ ସମ୍ପନ୍ନ ପରେ ପୁଣି ବରକନ୍ୟା ଡଙ୍ଗାରେ ଫେରି ଆସିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଭୋଗରାଇରେ ଚର୍ଚ୍ଚା ହେଉଛି। କେହି କେହି କହୁଛନ୍ତି ବନ୍ୟାର କୋପ ବି ବାହଘରକୁ ଅଟକାଇ ପାରିଲାନି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।