ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍କମ କରିବେ ସବୁ ଚାଲିଯିବ…
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର ପ୍ରଥମ ପାଦରେ ଗୋଚର କରିବେ। ବର୍ତ୍ତମାନ କେତୁ ସିଂହ ରାଶିରେ ଅବସ୍ଥିତ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁଙ୍କୁ ରହସ୍ୟମୟ, ଆଧ୍ୟାତ୍ମିକ ଏବଂ ପାପଗ୍ରହ ଭାବେ ବିବେଚନା କରାଯାଏ। କେତୁଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶିର ଜାତକଙ୍କ ଉପରେ ପଡ଼ିପାରେ। ତେବେ ବିଶେଷ ଭାବେ ୩ଟି ରାଶିର ଲୋକଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡ଼ିପାରେ।
ବୃଷ ରାଶିର ଜାତକଙ୍କ ପାଇଁ କେତୁଙ୍କ ପ୍ରଭାବ ଚତୁର୍ଥ ଭାବରେ ରହିବ। ଜ୍ୟୋତିଷ ଅନୁସାରେ ଏହି ଭାବ ମା’, ଘର-ପରିବାର, ସମ୍ପତ୍ତି ଓ ମାନସିକ ସୁଖ ସହ ଜଡ଼ିତ। ଏହି ସମୟରେ ପରିବାର ସହ ରହିଥିଲେ ମଧ୍ୟ ମନରେ ଏକାକୀପଣ ବା ଅସ୍ଥିରତା ଅନୁଭବ ହୋଇପାରେ। ଗାଡ଼ି ଚଳାଇବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ଘର ବଦଳାଇବା କିମ୍ବା ସମ୍ପତ୍ତି କିଣାବିକା ଭଳି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରିବା ଉଚିତ।
କର୍କଟ ରାଶିର ଜାତକଙ୍କ ଦ୍ୱିତୀୟ ଭାବରେ କେତୁଙ୍କ ପ୍ରଭାବ ରହିବ। ଜ୍ୟୋତିଷରେ ଏହି ଭାବକୁ ଧନ, ସଞ୍ଚୟ, ପରିବାର ଓ ବାଣୀ ସହ ସମ୍ପର୍କିତ ବୋଲି ମନେ କରାଯାଏ। ଏହି ସମୟରେ ଆର୍ଥିକ ସ୍ଥିତିକୁ ନେଇ ଅସନ୍ତୋଷ ଦେଖାଦେଇପାରେ। ସଞ୍ଚୟ ପ୍ରଭାବିତ ହେବା ସହ ହଠାତ୍ ଖର୍ଚ୍ଚ ବଢ଼ିଯିବାର ଆଶଙ୍କା ରହିପାରେ। ତେଣୁ ଟଙ୍କାପଇସା ସମ୍ବନ୍ଧୀୟ ମାମଲାରେ ସତର୍କ ରହିବା ଆବଶ୍ୟକ। ପରିବାର ସଦସ୍ୟଙ୍କ ସହ କଥା ହେବାବେଳେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ମଧ୍ୟ ଜରୁରୀ।
ସିଂହ ରାଶିର ଜାତକଙ୍କ ପାଇଁ କେତୁଙ୍କ ପ୍ରଭାବ ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ଓ ଜୀବନର ଦିଗ ସହ ଜଡ଼ିତ କ୍ଷେତ୍ରରେ ଦ୍ୱନ୍ଦ୍ୱ ବଢ଼ାଇପାରେ। କୌଣସି କାମ ପାଇଁ ଉତ୍ସାହ ଆସିବା ପରେ ହଠାତ୍ ସେହି କାମଠାରୁ ଦୂରେଇ ଯିବାର ଚିନ୍ତା ମନକୁ ଆସିପାରେ। ଏହି ସମୟରେ ଭାବପ୍ରବଣ ହୋଇ କୌଣସି ବଡ଼ ନିଷ୍ପତ୍ତି ନନେବା ଭଲ। ସମ୍ପର୍କରେ ଅଧିକ ଦୂରତା ସୃଷ୍ଟି କରିବା ପରିବର୍ତ୍ତେ ନିଜ ଲୋକଙ୍କ ସହ ଖୋଲାମେଲା ଭାବେ ଆଲୋଚନା ଜାରି ରଖିବା ଲାଭଦାୟକ ହୋଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।