ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

Sep 20, 2026 - 21:12
ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଫରେଷ୍ଟର ହେଉଛନ୍ତି ବ୍ୟାସଦେବ ସାହୁ ।

ସୂଚନା ଅନୁସାରେ, ରବିବାର ଛୁଟି ଦିନ ଥିବା ବେଳେ ଘର ଭିତରୁ ଫରେଷ୍ଟର ବ୍ୟାସଦେବ ସାହୁ (୫୯)ବାହାରି ନଥିଲେ । ଅପରାହ୍ନରେ ଅନ୍ୟ ଏକ ଷ୍ଟାଫ ଯାଇଥିବା ବେଳେ ଭିତରୁ କବାଟ ବନ୍ଦଥିବା ଦେଖିଥିଲେ । ବାରମ୍ବାର ଡାକିବା ପରେ ମଧ୍ୟ ଶୁଣିନଥିଲେ । ପୋଲିସ ପହଞ୍ଚି ଘର ଭିତରୁ ବ୍ୟାସଦେବଙ୍କ ମୃତଦେହ ଉଦ୍ଧାର କରିଛି ।

ସେ ବଲାଙ୍ଗୀର ଫରେଷ୍ଟର ଭାବେ କାମ କରୁଥିଲେ । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।