ବିଦ୍ୟାଭାରତୀଙ୍କୁ ଝଟକା: ଏଥର ହେବେ ବନ୍ଧା!
ବାରିପଦା/ଭୁବନେଶ୍ୱର, ୩୧।୧୦: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଛି। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ପରେ ତାଙ୍କ ଗିରଫଦାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପୂର୍ବରୁ ବିଦ୍ୟାଭାରତୀ ଦାଖଲ କରିଥିବା ସ୍ପେଶାଲ୍ ଲିଭ୍ ପିଟିସନ୍କୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହା ପରେ ତାଙ୍କ ଆଇନଗତ ଅଡ଼ୁଆ ବଢ଼ିଥିଲା। ଏହାଛଡ଼ା ସେ ଦାଖଲ କରିଥିବା ଅନ୍ୟ ଦୁଇଟି ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିବା ଜଣାପଡ଼ିଛି।
ବର୍ତ୍ତମାନ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ମାମଲାର ପରବର୍ତ୍ତୀ ଗତି କ’ଣ ହେବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଜାମିନ ଆବେଦନ ଖାରଜ ହେବା ମାତ୍ରେ ଗିରଫଦାରୀ ନିଶ୍ଚିତ ନୁହେଁ। ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।