ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

Sep 11, 2026 - 20:58
ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି, କାରଣ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ ଏହି ଶୋ’ ମାଧ୍ୟମରେ ଓଟିଟି (OTT) ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି।

ପ୍ରଥମ ସିଜନ୍‌କୁ ଅଶନୀର ଗ୍ରୋଭର ହୋଷ୍ଟ କରିଥିବା ବେଳେ ଏହି ନୂଆ ସିଜନ୍‌ରେ ସେହୱାଗ ହୋଷ୍ଟ ଆସନରେ ବସିବେ। ନିକଟରେ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌ ୨’ର ଏକ ଚିତ୍ତାକର୍ଷକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କ ଉତ୍ସୁକତାକୁ ଦ୍ୱିଗୁଣିତ କରିଦେଇଛି।

ପ୍ରୋମୋ ଭିଡିଓରେ ସେହୱାଗ ଜୀବନର ଉତ୍ଥାନ-ପତନ ବିଷୟରେ କହିବା ସହ ଶୋ’ର ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଶୋ’ରେ ପେଣ୍ଟହାଉସ୍‌ରେ ରହୁଥିବା ପ୍ରତିଯୋଗୀମାନେ ସମସ୍ତ ସୁଖ-ସୁବିଧା ପାଇବେ ଏବଂ ବେସମେଣ୍ଟରେ ରହୁଥିବା ପ୍ରତିଯୋଗୀଙ୍କ ନିୟନ୍ତ୍ରଣ ସେମାନଙ୍କ ହାତରେ ରହିବ। ଟଙ୍କା ପାଇଁ ଜଣାଶୁଣା ସେଲିବ୍ରିଟିମାନେ ନିଜ ନିଜ ମଧ୍ୟରେ ଲଢ଼େଇ କରିବେ। ପ୍ରୋମୋ ସେୟାର କରି କ୍ୟାପସନ୍‌ରେ ଲେଖାଯାଇଛି— “ଏବେ କଣ୍ଟେଷ୍ଟାଣ୍ଟଙ୍କ ଫିଲ୍ଡିଂ ସେଟ୍ କରିବେ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ର ନୂଆ ହୋଷ୍ଟ।”

ସୂଚନାଯୋଗ୍ୟ ଯେ, ଶୋ’ର ପ୍ରସାରଣ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ତେବେ ଗତ ସିଜନ୍ ଭଳି ଏଥର ମଧ୍ୟ ୧୫ ଜଣ ସେଲିବ୍ରିଟି ଭାଗ ନେବେ

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।