ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରିରୀକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ
ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ର ସଂଯୋଜିକା ତଥା ଅଧ୍ୟାପିକା ଡ଼. ନିର୍ମଳା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ଯୋଗଦେଇ ଯୋଗ ଓ ପ୍ରାଣାୟମ ହେଉଛି ଅମୂଲ୍ୟ ସମ୍ପଦ। ଏହା ସମଗ୍ର ବିଶ୍ୱକୁ ସୁସ୍ଥ ଓ ନିରୋଗ ରହିବାର ଏକ ନୂତନ ମାର୍ଗ ଦେଖାଉଛି।ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗାଭ୍ୟାସ ନିହାତି ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଭାରତୀୟ ସଂସ୍କୃତିର ଏହି ମହାନ ଓ ପ୍ରାଚୀନ ପରମ୍ପରାକୁ ଆଦରି ନେଇ ଜୀବନରେ ନିୟମିତ ଯୋଗ ପ୍ରାଣାୟମ କରିବାକୁ ଛାତ୍ରୀ ମାନେ ସଂକଳ୍ପ ନେବାକୁ ସେ ପରାମର୍ଶ ଦେଇଥିଲେ। ଆୟୋଜିତ ଯୋଗାଭ୍ୟାସ କର୍ମଶାଳା ରେ ଯୋଗ ପ୍ରଶିକ୍ଷକ ତଥା ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର ଉପସ୍ଥିତ ରହି ଛାତ୍ରୀ,ଅଧ୍ୟାପିକା ମାନଙ୍କୁ ଯୋଗ ,ପ୍ରାଣାୟାମ ର ବିଭିନ୍ନ କଳା କୌଶଳ ସମ୍ପର୍କିତ ତାଲିମ ପ୍ରଦାନ କରିବା ସହ ଯୋଗ ପ୍ରାଣାୟମ ର ଉପକାରିତା ସମ୍ପର୍କରେ ଉଦବୋଧନ ଦେଇଥିଲେ।ଏହି କର୍ମଶାଳା ରେ ଅଧ୍ୟାପିକା ଡ଼. ଅନୀତା ପାଣି,ସରିତା ନାହାକ,ଅଧ୍ୟାପକ ଶୁଭାଶିଷ ପାଣିଗ୍ରାହୀ,ଅବିନାଶ ପାଢ଼ୀ ଙ୍କ ସମେତ ବହୁ ସଂଖ୍ୟକ ଛାତ୍ରୀ ଓ ଅଧ୍ୟାପିକା ଅଧ୍ୟାପକ ବୃନ୍ଦ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।