ମା’ ରାମଚଣ୍ଡୀ ଶକ୍ତିପୀଠର ନୂତନ କର୍ମକର୍ତ୍ତା ଚୟନ; ପୁଣି ସଭାପତି ହେଲେ ସିଏଚ ଦୟାନନ୍ଦ, ବିମଳ ପଣ୍ଡା ସମ୍ପାଦକ
ଗଞ୍ଜାମ/ଛତ୍ରପୁର,୧୬।୯(ବିଦ୍ୟାଧର ସାହୁ/ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ଓ ମା’ଙ୍କ ଷୋଡଶଦିନାତ୍ମକ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୁଧବାର ବୈଠକ ଅନୁଷ୍ଠିତ ହୋଇଥିଲା । କମିଟିର ଦୁଇଜଣ ସଦସ୍ୟ ସ୍ବର୍ଗୀୟ ରାଜେଶ ନାୟକ ଓ ଶ୍ରୀମାନ ନାୟକଙ୍କ ଅକାଳ ବିୟୋଗ ହୋଇଥିବାରୁ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ବିଗତ କିଛି ବର୍ଷ ହେଲା ଗଞ୍ଜାମ ବ୍ଲକ ନିକଟସ୍ଥ ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଜିଲାର ପ୍ରତ୍ୟେକ୍ଷ ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଶକ୍ତିପୀଠରେ ସ୍ୱତନ୍ତ୍ର ଭାବେ ପୂଜା କମିଟିର ସହଯୋଗରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାହାଦ୍ୱାରା ଏହି ଶକ୍ତିପୀଠ ଅଧୂନା ଅଗଣିତ ଭକ୍ତଙ୍କୁ ବିମୁଗ୍ଧ ଏବଂ ପ୍ରସିଦ୍ଧତା ଲାଭ କରିଆସିଛି । ଏହି ସବୁ ସଫଳ କାର୍ଯ୍ୟକ୍ରମରେ ରାମଚଣ୍ଡୀ ଶକ୍ତିପୀଠର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟିର ବିଶେଷ ଅବଦାନ ରହିଛି । ଏନେଇ ଗ୍ରାମବାସୀ ଓ କରପଡା ପଂଚାୟତର ସରପଞ୍ଚ ଅଜୟ ନାୟକଙ୍କ ସହଯୋଗରେ ଏକ ଆନୁଷ୍ଠାନିକ ସଭାର ଅୟୋଜନ କରାଯିବା ସହ ପୂଜା କମିଟୀର ପୁନଃ-ଗଠନ ତଥା ନୂତନ ବ୍ୟକ୍ତି ବିଶେଷ୍ୟଙ୍କୁ କମିଟୀରେ ସାମିଲ କରାଯାଇଛି ।
ମା’ ରାମଚଣ୍ଡୀ ପୀଠର ସଂଯୋଜକ କମଳ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ କରପଡା ପଞ୍ଚାୟତର ସରପଞ୍ଚ ଅଜୟ କୁମାର ନାୟକଙ୍କ ସଭାପତିତ୍ୱ କରିଥିଲେ । ୨୦୨୩ ମସିହାରେ ପ୍ରଥମ କରି ପୂଜା କମିଟି ଗଠନ କରାଯାଇଥିଲା । ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ, ବାର୍ଷିକ ଉତ୍ସବ ପାଳନ ଆଦି ସାଂସ୍କୃତିକ ବିଦ୍ଭୋବ ମହୋତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛି । ଗତ ୨୦୨୪ ରୁ ୨୦୨୬ ରେ ମନ୍ଦିର ଟ୍ରଷ୍ଟ, ପୂଜା କମିଟିର ସମସ୍ତ ସଦସ୍ୟ ଓ ଭକ୍ତମାନଙ୍କ ସହଯୋଗରେ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଓ ନିର୍ମାଣକାର୍ଯ୍ୟ ଆଦି ସମାହିତ ହୋଇ ଆସିଥିବା ସାଙ୍ଗକୁ ୨୦୨୪ ମସିହାରେ ୧୦୮ ଚଣ୍ଡୀପାଠ ଓ ୨୦୨୫ ରେ ୧୦୮ ସାଧୁ ସମ୍ମେଳନୀ, ଗୁରୁପୂର୍ଣ୍ଣିମା ପାଳନ କରାଯାଇଥିଲା । ଏହାସହ ୨୦୨୪ ରୁ ୨୦୨୬ ତିନିବର୍ଷ ହେଲା ଜିଲା ପ୍ରଶାସନର ସହଯୋଗରେ ମା’ ରାମଚଣ୍ଡୀ ମହୋତ୍ସବ ଶୃଙ୍ଖଳିତ ଭାବେ ପାଳିତ ହେବା ଦକ୍ଷିଣ ଓଡିଶା ପାଇଁ ଏକ ଇତିହାସ ରଚିବା ଭଳି ଆଧ୍ୟାତ୍ମିକ ଓ ସଂସ୍କୃତିକ କାର୍ଯ୍ୟ ସଞ୍ଚାର କରାଯାଇଥିଲା ।
ସେହିପରି ଚଳିତ ବର୍ଷ ପୁଣି ମା’ ରାମଚଣ୍ଡୀ ପୂଜା କମିଟିର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ନୂତନ କମିଟି ପୁନଃ-ଗଠନ କରାଯାଇଛି । କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟାଯାଇଛି । ପୁଣିଥରେ ଛତ୍ରପୁର ମା’ ରାମାୟଣାମାଙ୍କ ଯାତ୍ରା କମିଟୀର ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀଙ୍କୁ ମା’ ରାମଚଣ୍ଡୀ ପୂଜା କମିଟିର ସଭାପତି ଭାବେ ଏବଂ ଛତ୍ରପୁର ଅଞ୍ଚଳର ଯୁବ ସମାଜସେବୀ ବିମଳ ପଣ୍ଡାଙ୍କୁ ସମ୍ପାଦକ ଓ ଆଲ୍ୟାବାଦ ଗ୍ରାମର ଶଙ୍କର ନାୟକ ସହ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଭାବେ ଦିବାକର ନାୟକ(କରପଡା), ଆଦିତ୍ୟ ପଟ୍ଟନାୟକ (ବ୍ରହ୍ମପୁର), ମନୋଜ ମିଶ୍ର (ଛତ୍ରପୁର) ଓ ଦଣ୍ଡପାଣି ମହାରଣା (ଆଲ୍ୟାବାଦ) ଚାରିଜଣ ଉପ ସଭାପତି ଓ କୋଷାଧ୍ୟକ୍ଷ ଭାବେ ରାଜୁ ବେହେରାଙ୍କୁ ଚୟନ କରାଯାଇଛି । ସେହିପରି ଉପଦେଷ୍ଟା ମଣ୍ଡଳୀରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଦିପ୍ତୀସ ପଟ୍ଟନାୟକ, ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ), ସମରେନ୍ଦ୍ର ସେନାପତି, ରାଜେନ୍ଦ୍ର ପୋଲାଈ, ତୁଷାରକାନ୍ତ ପାଣ୍ଡୀ (ବାଦଲ), ଭାସ୍କର ନାୟକ,ପିତାମ୍ବର ଚର୍ତ୍ତୀ, ଲିଙ୍ଗରାଜ ନାୟକ, କୁଞ୍ଜବିହାରୀ ନାୟକ, ବଂଶୀଧର ନାୟକ, ତ୍ରିନାଥ ନାୟକ, ନାରାୟଣ ଚର୍ତ୍ତୀ, ଶଙ୍କର ଚର୍ତ୍ତୀ, ନିରଞ୍ଜନ ମୁଦୁଲି, ରାମେଶ୍ୱର ନାୟକ, ରାଜନ ବେହେରା, ରାଜେନ୍ଦ୍ର ପଣ୍ଡା ମନୋନୀତ କରାଯାଇଛି । ବରିଷ୍ଠ ପରାମର୍ଶଦାତା ଭାବେ ପଣ୍ଡିତ ଜଗନ୍ନାଥ ପଣ୍ଡା, ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀ, କେ.ସାଇ କ୍ରିଷ୍ଣା, ତ୍ରିପତି ବାଲାଜୀ ମିଶ୍ର, ଆଇନଜିବୀ ବି. ଶ୍ରୀନିବାସ ରାଓ, ରାଜେଶ କୁମାର ମିଶ୍ର (ଭାରପ୍ରାପ୍ତ ବରିଷ୍ଠ ସରକାରୀ ଓକିଲ), ଦୀପକ କୁମାର ଦାଶ (ଜ୍ୟୋତିଷ ଶାସ୍ତ୍ରଜ୍ଞ), ସୁଧୀର ମହାରଣା,ଜୀବନ ମହାରଣାଙ୍କୁ କମିଟୀର ସୁପରିଚାଳନା ପାଇଁ ନିୟୋଜିତ ତଥା ମନୋନୀତ କରାଯାଇଛି ।
ଶକ୍ତି ପୀଠର ନିତିନିୟମ ଓ ପୂଜା ପ୍ରଣାଳୀ କିପରି ସୁଚାରୁ ରୂପେ ପରିଚାଳନା ହେବ, ଏହା କମିଟିର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଯଥା ଯଥାଶୀଘ୍ର ନୂତନ ଶିବ ମନ୍ଦିର ପ୍ରତିଷ୍ଠା, ମନ୍ଦିରରେ ଭକ୍ତମାନଙ୍କ ତରଫରୁ ଏକ ଦିବସୀୟ ପୂର୍ଣ୍ଣ ଭୋଗଲାଗି କରିବା ବ୍ୟବସ୍ଥା, ଦୈନିକ ଚଣ୍ଡୀପାଠ ଓ ହବନ ବ୍ୟବସ୍ଥା, ଷୋଡଶ ଦିନାତ୍ମକ ପୂଜା ପାଇଁ ନୂତନ ବ୍ୟବସ୍ଥା, ଚଣ୍ଡୀପାଠ ପାଇଁ ପଣ୍ଡିତ ନିଯୁକ୍ତି, ଦୈନିକ ଭୋଗ ପାଇଁ ପୁରୋହିତ ଚୟନ ଆଦି ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ଭୁବନେଶ୍ୱର ସେବାପ୍ରତିନିଧି ସ୍ବେଛାସେବୀ ସଂଗଠନର ମୁଖ୍ୟ ନୀଳମଣି ମିଶ୍ର, କମିଟି ସହ ସଂଯୋଜକ ତୁଷାର ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।