ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

Sep 16, 2026 - 21:14
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ରହିଥିଲା। ଚୟନକର୍ତ୍ତାଙ୍କ ନେଇ ଚର୍ଚ୍ଚା ମଧ୍ୟରେ ଦଳ ଘୋଷଣା ପରେ କିଛି ନୂଆ ଚେହେରାଙ୍କୁ ସୁଯୋଗ ମିଳିଥିବା ବେଳେ କିଛି ଖେଳାଳି ଦଳରୁ ବାଦ ପଡ଼ିଛନ୍ତି । ଦିନିକିଆ ସିରିଜ୍‌ରେ ଶୁଭମନ ଗିଲ୍‌ ଭାରତୀୟ ଦଳର ନେତୃତ୍ୱ ନେବେ। ରୋହିତ ଶର୍ମା ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ତେବେ ଋଷଭ ପନ୍ତଙ୍କୁ ଉଭୟ ସିରିଜ୍‌ରେ ସୁଯୋଗ ମିଳିନାହିଁ । ଦିନିକିଆ ଦଳରେ ନମନ ଧୀର ଓ ଆକିବ ନବୀଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଛି।

ଦିନିକିଆ ଦଳର ଉପଅଧିନାୟକ ଭାବେ କେଏଲ୍ ରାହୁଲଙ୍କୁ ଦାୟିତ୍ୱ ମିଳିଛି । ଶ୍ରେୟସ ଆୟର ଓ ଜସପ୍ରୀତ ବୁମ୍ରା ଦିନିକିଆ ସିରିଜ୍‌ରେ ଦଳର ଅଂଶ ନାହାନ୍ତି । ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା କାରଣରୁ ଏହି ଦୁଇ ଖେଳାଳି ଦିନିକିଆ ସିରିଜ୍‌ରୁ ବାହାରେ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଟି-୨୦ ସିରିଜ୍‌ରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତିଲକ ବର୍ମା ଉପଅଧିନାୟକ ରହିଛନ୍ତି । ଟି-୨୦ ଦଳରେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ, ସଞ୍ଜୁ ସାମସନ, ଶିବମ ଦୁବେ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ସ୍ଥାନ ପାଇଛନ୍ତି।

ଶୁଭମନ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକୱାଡ, କେଏଲ୍ ରାହୁଲ (ଉପଅଧିନାୟକ), ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବରାଡ଼, ମହମ୍ମଦ ସିରାଜ, ଆକିବ ନବୀ, ଯଶସ୍ୱୀ ଜୟସ୍ୱାଲ, ନମନ ଧୀର।

ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା (ଉପଅଧିନାୟକ), ଶିବମ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ ରହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।