ଯୁବତୀଙ୍କୁ ଘରେ ଏକାକୀ ଦେଖି ଘରେ ପଶିଲେ ଯୁବକ: ବାପାମାଆଙ୍କୁ ଦେଖି….

Oct 24, 2026 - 12:11
ଯୁବତୀଙ୍କୁ ଘରେ ଏକାକୀ ଦେଖି ଘରେ ପଶିଲେ  ଯୁବକ: ବାପାମାଆଙ୍କୁ  ଦେଖି….

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କ ଘରେ ପଶି ତାଙ୍କ ବାପାମାଆଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯୁବତୀଙ୍କୁ ଘରେ ଏକାକୀ ଦେଖି କିଛି ଯୁବକ ଘରେ ପଶିଥିବା ବେଳେ ଏହାକୁ ବିରୋଧ କରିବାରୁ ତାଙ୍କ ବାପାମାଆଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଘଟଣାଟି ଭୁବନେଶ୍ୱରର ସହିଦନଗର ଥାନା ଅନ୍ତର୍ଗତ ବାୟା ବାବା ବସ୍ତିରେ ଘଟିଥିବା ଜଣାପଡ଼ିଛି। ଯୁବତୀଙ୍କୁ ଘରେ ଏକାକୀ ଦେଖି କିଛି ଯୁବକ ଘରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏହାକୁ ଯୁବତୀଙ୍କ ବାପାମାଆ ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା କୁହାଯାଉଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଆକ୍ରମଣରେ କେତେ ଜଣ ଆହତ ହୋଇଛନ୍ତି, ଅଭିଯୁକ୍ତଙ୍କ ପରିଚୟ କ’ଣ ଏବଂ ଘଟଣା ପଛରେ କେଉଁ କାରଣ ରହିଛି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଏଯାଏଁ ମିଳିନାହିଁ।

ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ସହିଦନଗର ଥାନା ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।