ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

Sep 28, 2026 - 15:40
ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର (ସେପ୍ଟେମ୍ବର ୨୭) ପ୍ରୟାଗରାଜରେ କହିଥିଲେ ଯେ, ୟୁପି ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢ଼ିବାକୁ ଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ। ଚିରାଗଙ୍କ ଏହି ଘୋଷଣା ପରେ ସୋମବାର ଭାଜପା ପକ୍ଷରୁ ପ୍ରତିକ୍ରିୟା ଆସିଛି।

ଚିରାଗ ପାସୱାନଙ୍କ ୟୁପି ବିଧାନସଭା ନିର୍ବାଚନ ଲଢ଼ିବା ଘୋଷଣା ଉପରେ ବିହାର ଭାଜପାର ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ସରାୱଗୀ କହିଛନ୍ତି, ଆମେ ମିଳିତ ଭାବେ ନିର୍ବାଚନ ଲଢ଼ୁଛୁ। ବିହାରରେ ମଧ୍ୟ ଏନଡିଏ ସରକାର ଚାଲିଛି ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଏନଡିଏ ସରକାର ରହିଛି। କିନ୍ତୁ ପ୍ରତ୍ୟେକ ଦଳର ନେତାଙ୍କ ଉଦ୍ଦେଶ୍ୟ ନିଜ ନିଜ ଦଳର ବିସ୍ତାର କରିବା ହୋଇଥାଏ।

ଅନ୍ୟପଟେ ସୋମବାର ଦିଲ୍ଲୀରେ ଗଣମାଧ୍ୟମ ସହ କଥା ହେବା ସମୟରେ ‘ୟୁଥ ବୋଲେ ତୋ’ କାର୍ଯ୍ୟକ୍ରମକୁ ନେଇ ଚିରାଗ ପାସୱାନ କହିଛନ୍ତି, ଗତକାଲି ପ୍ରୟାଗରାଜରେ ଉତ୍ତରପ୍ରଦେଶର ଯୁବପିଢ଼ିଙ୍କ ଯେଉଁ ସମର୍ଥନ ଦେଖିବାକୁ ମିଳିଲା, ତାହା ମୋର ବିଶ୍ୱାସକୁ ଆହୁରି ଦୃଢ଼ କରିଛି। ଏହି ଚିନ୍ତାଧାରା ସହିତ ମୋ ଦଳ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଛି। ଗତକାଲି ବହୁ ସଂଖ୍ୟାରେ ଯୁବକଯୁବତୀ ଏକାଠି ହୋଇଥିଲେ। ଏଥିରୁ ମୁଁ ବିଶ୍ୱାସ କରୁଛି ଯେ ଉତ୍ତରପ୍ରଦେଶରେ ନିର୍ବାଚନୀ ଲକ୍ଷ୍ୟ ନେଇ ଆମେ ଆଗକୁ ବଢ଼ୁଛୁ। ନିଶ୍ଚିତ ଭାବେ ଲୋକଙ୍କ ସମର୍ଥନ ମିଳିବ।

 

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।