ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

Sep 18, 2026 - 16:32
ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope
ମେଷ
ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ ସାହାଯ୍ୟରେ ନିର୍ମାଣାଧୀନ କାମର ଶେଷ ପର୍ଯ୍ୟାୟରେ ପ୍ରତିବନ୍ଧକ ଦୂର ହୋଇଯିବ।
ବୃଷ
ବୃଷ
କାର୍ଯ୍ୟସାଧନ ପାଇଁ ଅନୁକୂଳ ରହିବ କିନ୍ତୁ ନିଜ ଲୋକଙ୍କଠାରୁ ସାହାଯ୍ୟ ଆଶା ମଉଳିଯିବ। ଆନୁଷ୍ଠାନିକ କାମରେ ବିଶେଷ ସମୟ ଦେବାକୁ ବାଧ୍ୟ ହେବେ। ସପ୍ତମାଧିପତିଙ୍କ ଯୋଗୁ ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ପରିବାରରେ ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାପାଇଁ ସମର୍ଥ ହେବେ।
ମିଥୁନ
ମିଥୁନ
ଯାହା ଆଶା କରୁଛନ୍ତି ଶୁକ୍ରଙ୍କ ସୁପ୍ରଭାବରୁ ତାହା ପାଇଯିବେ। ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମ ସଫଳତାର ସହ ସମ୍ପନ୍ନ କରିବେ। କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ ଆକାର ଧାରଣ କରିବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ସୁପ୍ରଭାବରେ ସମସ୍ୟାଗୁଡ଼ିକର ସରଳ ସମାଧାନ କରିବାରେ ସଫଳ ହେବେ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେବା ସକାଶେ ନିମନ୍ତ୍ରିତ ହୋଇପାରନ୍ତି।
ସି˚ହ
ସି˚ହ
ଆଜିର କାମରେ ଅଗ୍ରଗତି ସାଙ୍ଗକୁ ପାରିବାରିକ ଦିଗକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପରିସ୍ଥିତିବଶତଃ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ବନ୍ଧୁ ପରିଜନମାନଙ୍କ ସହ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ଆତ୍ମୀୟଙ୍କ ସହାୟତାରେ ବ୍ୟବସାୟିକ ସଫଳତା ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‍ କାମ କରିପାରନ୍ତି। ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ତୁଳା
ତୁଳା
ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ମଧ୍ୟ ପୂର୍ଣ୍ଣମାତ୍ରାରେ ସଫଳତା ପାଇବେ ନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।
ବିଛା
ବିଛା
ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛିଟା ପରିବର୍ତ୍ତନର ଆଶା କରାଯାଇପାରେ। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ ସାକ୍ଷାତରୁ ଉପକୃତ ହେବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ସରଳ ସମାଧାନ କରିବାରେ ସମର୍ଥ ହେବେ। ରପତ୍ାନି ବାଣିଜ୍ୟ, ପରିବହନ କ୍ଷେତ୍ର ଏବଂ ଆଲୋଚନାରେ ସତର୍କ ରହିବା ଭଲ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‍ ସମୟରେ ଆସିବେ ଓ ଆପଣଙ୍କୁ ସାହାଯ୍ୟ କରିବେ।
ମକର
ମକର
ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁ କାମ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କେତେକାଂଶରେ ସଫଳତା ପାଇପାରିବେ। ବିବାଦୀୟ ଘଟଣାର ପରିସ୍ଥିତି ହଠାତ୍‍ ବଦଳିଯାଇପାରେ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ଓ ସଫଳତା ମଧ୍ୟ ପାଇବେ। ଆଜିର ଫେରନ୍ତା ବାଟରେ ହଠାତ୍‍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ନିଜର କିଛି ସ୍ବାର୍ଥହାସଲ ପରିପ୍ରେକ୍ଷୀରେ ପାଖ ପଡୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ଚେଷ୍ଟା କରୁଥିବା କାମରେ, ମାଙ୍ଗଳିକ କାର୍ଯ୍ୟ, କଚେରି ମାମଲାରେ ଉପକୃତ ହୋଇପାରନ୍ତି।
ମୀନମୀନ
ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ସମସ୍ୟାଗୁଡ଼ିକୁ ସାମ୍‍ନା କରି କାର୍ଯ୍ୟସିଦ୍ଧି ଘଟାଇବେ। ଆରୋଗ୍ୟଲାଭ ସାଙ୍ଗକୁ ନୂତନ କର୍ମାରମ୍ଭ ସକାଶେ ଯୋଜନା ତିଆରି କରିପାରନ୍ତି। ସହକର୍ମୀଙ୍କ ସହାନୁଭୂତି ଯୋଗୁ ହାତକୁ ନେଇଥିବା କାମଗଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।