ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

Sep 22, 2026 - 20:38
ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ ଯୋଗ’ ସୃଷ୍ଟି ହୁଏ, ଯାହାକୁ ଏକ ଅଶୁଭ ଯୋଗ ବୋଲି ଧରାଯାଏ। ଚନ୍ଦ୍ରମା ୨୩ ସେପ୍ଟେମ୍ୱରରେ ଶନିଙ୍କ ଆଧିପତ୍ୟ ଥିବା କୁମ୍ଭ ରାଶିକୁ ଚଳନ କରିବେ, ଯେଉଁଠାରେ ପୂର୍ୱରୁ ହିଁ ରାହୁ ଗ୍ରହ ବିରାଜମାନ ଅଛନ୍ତି। ଏହି କାରଣରୁ କୁମ୍ଭ ରାଶିରେ ରାହୁ-ଚନ୍ଦ୍ରଙ୍କ ଯୁତି ଯୋଗୁଁ ଗ୍ରହଣ ଯୋଗ ର୍ନିମାଣ ହେବ। କୁମ୍ଭ ରାଶିରେ ଏହି ଗ୍ରହଣ ଯୋଗ ଯୋଗୁଁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ତଥା କ୍ୟାରିୟର କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତୁ ଜାଣିବା ୨୩ ସେପ୍ଟେମ୍ୱରରୁ ଆରମ୍ଭ ହେଉଥିବା ଏହି ଗ୍ରହଣ ଯୋଗ କାରଣରୁ କେଉଁ କେଉଁ ରାଶିର ବ୍ୟକ୍ତିମାନଙ୍କୁ ସତର୍କ ରହିବାକୁ ପଡ଼ିବ।

କର୍କଟ ରାଶି

କର୍କଟ ରାଶିର ବ୍ୟକ୍ତିମାନଙ୍କୁ ଆଗାମୀ କିଛି ଦିନ ପାଇଁ ସାବଧାନ ରହିବାକୁ ପଡ଼ିବ। ଚନ୍ଦ୍ର ଆପଣଙ୍କ ରାଶିରୁ ଅଷ୍ଟମ ଭାବରେ ରହି ରାହୁଙ୍କ ସହିତ ମିଶି ଗ୍ରହଣ ଯୋଗ ସୃଷ୍ଟି କରିବେ। ଏହା ଫଳରେ ଆପଣଙ୍କ ଖର୍ଚ୍ଚ ହଠାତ ବଢ଼ିପାରେ। ଆପଣଙ୍କ ସମ୍ମାନ ଓ ଭାବମୂର୍ତ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଆଗାମୀ କିଛି ଦିନ ଆପଣଙ୍କୁ ନିଜ କ୍ୟାରିୟର ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ନଚେତ ଅସୁବିଧା ବଢ଼ିପାରେ।

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ରାହୁ-ଚନ୍ଦ୍ରଙ୍କ ଯୁତିରୁ ସୃଷ୍ଟି ହୋଇଥିବା ଗ୍ରହଣ ଯୋଗ ରାଶିରୁ ଷଷ୍ଠ ଭାବରେ ସୃଷ୍ଟି ହେବ। କୁଣ୍ଡଳୀର ଷଷ୍ଠ ଭାବ ଶତ୍ରୁ, ରୋଗ ଏବଂ ବାଧାବିଘ୍ନର ଭାବ ହୋଇଥାଏ। ତେଣୁ ଏହି ଗ୍ରହଣ ଯୋଗ ପ୍ରଭାବରେ ଆପଣଙ୍କୁ ନିଜର ଶତ୍ରୁ ତଥା ବିରୋଧୀଙ୍କଠାରୁ ସତର୍କ ରହିବାକୁ ହେବ। କର୍ମକ୍ଷେତ୍ରରେ ପ୍ରତିଟି ପଦକ୍ଷେପ ବେଶ ଭାବିଚିନ୍ତି ପକାଇବାକୁ ପଡ଼ିବ। ଆର୍ଥିକ କାରବାରରେ ସଚେତନତା ଜରୁରୀ। ଲେଣଦେଣ ମାମଲାରେ ଅନ୍ୟ କାହା ଉପରେ ଅତ୍ୟଧିକ ଭରସା କରିବାରୁ ଦୂରେଇ ରୁହନ୍ତୁ।

ମୀନ ରାଶି

ମୀନ ରାଶିର ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ଏହି ଗ୍ରହଣ ଯୋଗର ପ୍ରତିକୂଳ ପ୍ରଭାବ ପଡ଼ିବ। ଏହି ଯୋଗ ଆପଣଙ୍କ ରାଶିରୁ ଦ୍ୱାଦଶ ଭାବରେ ସୃଷ୍ଟି ହେଉଛି, ଯାହାକୁ ଧନ ହାନି ବା ଅଯଥା ବ୍ୟୟର ସ୍ଥାନ କୁହାଯାଏ। ଏହି କାରଣରୁ ଗ୍ରହଣ ଯୋଗ ସମୟରେ କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ କୌଣସି ପ୍ରକାରର ଅବହେଳା କରିବାରୁ ବଞ୍ଚନ୍ତୁ। କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରନ୍ତୁ, ନଚେତ୍ ସମସ୍ୟା ଆପଣଙ୍କ ପିଛା ଛାଡ଼ିବ ନାହିଁ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।