ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

Nov 06, 2026 - 08:54
ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ମହାସାହାଣୀରେ । ମହାସାହାଣୀର ଗିରିଧାରୀ ଦାସ ତାଙ୍କ ଭଣଜା କାରେନ ଦାସଙ୍କୁ ଅସାମାଜିକ କାର୍ଯ୍ୟରେ ଲିପ୍ତ ନରହିବା ସହ ସମ୍ପର୍କୀୟ ପୁତୁରା ସହିତ ମିଳାମିଶା କରିବାକୁ ବିରୋଧ କରିଥିଲେ ।

ଏହାକୁ ନେଇ କାରେନ ତାଙ୍କ ମାମୁଁ ଗିରିଧାରୀଙ୍କ ସହ ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିଲେ ।  ଦୀର୍ଘ ସମୟ ଧରି ପରିବାର ଲୋକଙ୍କ ସହ କାରେନ ଯୁକ୍ତିତର୍କ କରିବା ପରେ ଉତକ୍ଷିପ୍ତ ହୋଇ ସମ୍ପର୍କୀୟ ପୁତୁରାଙ୍କ ସହ ମିଶି ମାମୁଁ ଗିରିଧାରୀଙ୍କ ଛାତିରେ ତେଣ୍ଟା ଭୁସି ହତ୍ୟା କରିଥିଲେ । ପରିବାର ଲୋକ ଗିରିଧାରୀଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏନେଇ ମୃତକଙ୍କ ଝିଅ ଆଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଗିରିଧାରୀଙ୍କ ଭଣଜା କାରେନଙ୍କ ସହ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ଜଣାପଡିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।