୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ ଇଶାନ କିଶାନ: ଫାଇନାଲ୍‌ରେ କଲେ ବଡ଼ କାରନାମା

Sep 10, 2026 - 16:35
୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ ଇଶାନ କିଶାନ: ଫାଇନାଲ୍‌ରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୧୦।୯: ଶେଷରେ ୧୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି ଇଶାନ କିଶାନ। ଫାଇନାଲ ମ୍ୟାଚ୍‌ରେ ସାଉଥ ଜୋନକୁ ପରାସ୍ତ କରି ଇଷ୍ଟ ଜୋନ ଦଳ ଦୁଲିପ ଟ୍ରଫି ହାସଲ କରିଛି। ଯଦିଓ ମ୍ୟାଚ୍ଟି ଡ୍ର’ (ବିନା ଫଳାଫଳରେ ଶେଷ) ହୋଇଥିଲା, ତଥାପି ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ରହିଥିବା ଯୋଗୁ ଇଷ୍ଟ ଜୋନକୁ ବିଜେତା ଘୋଷଣା କରାଯାଇଥିଲା। ଏହି ବିଜୟରେ ଅଧିନାୟକ ଇଶାନ କିଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ କେବଳ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ନ ଥିଲେ ବରଂ ଅଧିନାୟକତ୍ୱ ସମୟରେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ନିର୍ଣ୍ଣାୟକ ନିଷ୍ପତ୍ତି ମଧ୍ୟ ନେଇଥିଲେ, ଯାହା ଶେଷରେ ଦଳକୁ ସଫଳତା ଆଣିଦେଇଥିଲା।

ସାଉଥ ଜୋନକୁ ପରାସ୍ତ କରି ଇଷ୍ଟ ଜୋନ ଦୁଲିପ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ଇଶାନ ସୟଦ ମୁସ୍ତାକ ଅଲି ଟ୍ରଫି ମଧ୍ୟ ଜିତିଥିଲେ। ଝାଡ଼ଖଣ୍ଡ ଦଳ ପ୍ରଥମ ଥର ପାଇଁ ସେହି ଟାଇଟଲ ଜିତିଥିଲା। ସେତେବେଳେ ଇଶାନ କିଶାନ ଦଳର ଅଧିନାୟକ ଥିଲେ। ଇଷ୍ଟ ଜୋନ ଦଳ ଦୁଲିପ ଟ୍ରଫି ବିଜୟ ପାଇଁ ୧୩ ବର୍ଷ ଧରି ଅପେକ୍ଷା କରିଥିଲା। ଶେଷରେ ଅପେକ୍ଷାର ଅନ୍ତ ବର୍ତ୍ତମାନ ଘଟିଛି। ସୟଦ ମୁସ୍ତାକ ଅଲି ଫାଇନାଲ୍‌ରେ ମଧ୍ୟ ଇଶାନ ‘ପ୍ଲେୟାର୍‌ ଅଫ ଦି ମ୍ୟାଚ’ ବିବେଚିତ ହୋଇଥିଲେ ଏବଂ ଏଥର ମଧ୍ୟ ସେ ସେହି ପୁରସ୍କାର ହାସଲ କରିଛନ୍ତି, ଯଦିଓ ଉଭୟ ଟୁର୍ଣ୍ଣାମେଣ୍ଟ ଭିନ୍ନ ଭିନ୍ନ ଫର୍ମାଟରେ ଖେଳାଯାଇଥିଲା।
ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ଇଶାନ କିଶନ ବର୍ତ୍ତମାନ ସୁଦ୍ଧା ୧୬ଟି ଫାଷ୍ଟ-କ୍ଲାସ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଛନ୍ତି। ଏଥିରେ ସେ ୮ଟିରେ ବିଜୟୀ ହୋଇଛନ୍ତି ଏବଂ ୮ଟି ମ୍ୟାଚ ଡ୍ର’ ରହିଛି। ଅନ୍ୟ ଅର୍ଥରେ କହିଲେ, ତାଙ୍କ ଅଧିନାୟକତ୍ୱରେ ଦଳ ଗୋଟିଏ ହେଲେ ଇଶାନ ‘ଫଲୋ-ଅନ’ (follow-on) ଲାଗୁ କରି ସାଉଥ ଜୋନକୁ ପୁନର୍ବାର ବ୍ୟାଟିଂ କରିବାକୁ ବାଧ୍ୟ କରିପାରିଥାନ୍ତେ, କିନ୍ତୁ ସେ ନିଜେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍‌ଟି ‘ଡ୍ର’ (draw) ଘୋଷିତ ହେବା ବେଳକୁ ଇଷ୍ଟ ଜୋନ ସେମାନଙ୍କ ଦ୍ୱିତୀୟ ଇନିଂସରେ ୭ ଉଇକେଟ ହରାଇ ୩୮୮ ରନ ସଂଗ୍ରହ କରିସାରିଥିଲା ଏବଂ ପ୍ରଥମ ଇନିଂସରେ ଥିବା ଅଗ୍ରଣୀ ସ୍କୋର୍‌ ଆଧାରରେ ଇଷ୍ଟ ଜୋନକୁ ଚାମ୍ପିଅନ ଘୋଷଣା କରାଯାଇଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।