ବାତ୍ୟା ଓଡ଼ିଶା ମଧ୍ୟରେ ୨୮ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ

Oct 25, 2026 - 22:38
ବାତ୍ୟା ଓଡ଼ିଶା ମଧ୍ୟରେ ୨୮ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ

ଭୁବନେଶ୍ୱର: ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ୨୮ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଏବଂ ପ୍ରବଳରୁ ଅଧିକ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା- କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ୨୪ଟି ଓଡ୍ରାଫ୍‌, ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଥିବା ବେଳେ ପ୍ରତିରକ୍ଷା ବାହିନୀର ସହାୟତା ମଧ୍ୟ ଲୋଡ଼ାଯାଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ସମେତ ସମସ୍ତ ବ୍ଲକ, ତହସିଲ ଓ ପୌରାଞ୍ଚଳରେ ୨୪/୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି।ଟୋଲ୍-ଫ୍ରି ନମ୍ବର,ସମେତ ଜିଲ୍ଲାଗୁଡ଼ିକର ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜନସାଧାରଣଙ୍କ ପାଇଁ ଉପଲବ୍ଧ ଅଛି।
ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାନୁସାରେ, ଗଞ୍ଜାମ ଜିଲ୍ଲା: ସର୍ବାଧିକ ପ୍ରଭାବ ଆଶଙ୍କାଥିବା ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍ ଏବଂ ୨ଟି ଏନଡିଆରଏଫ୍ ଟିମ୍ ସମେତ ମୋଟ ୧୧ଟି ଟିମ୍ ମୁତାବୟନ ହୋଇଛନ୍ତି।ଗଜପତି ଜିଲ୍ଲା: ଏଠାରେ ୬ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୭ଟି) ପ୍ରସ୍ତୁତ ରହିଛନ୍ତି।ରାୟଗଡ଼ା ଜିଲ୍ଲା: ଏହି ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ନିୟୋଜିତ କରାଯାଇଛି।କୋରାପୁଟ ଜିଲ୍ଲା: ଏଠାରେ ମଧ୍ୟ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ମୁତାବୟନ ଅଛନ୍ତି।ମାଲକାନଗିରି ଜିଲ୍ଲା: ଏହି ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ଜରୁରୀକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।