No DJs During Immersion Processions: ଭସାଣୀ ଶୋଭାଯାତ୍ରାରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ୍, ଡିଜିପିଙ୍କ କଡ଼ା ଚେତାବନୀ

Oct 21, 2026 - 12:51
No DJs During Immersion Processions: ଭସାଣୀ ଶୋଭାଯାତ୍ରାରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ୍, ଡିଜିପିଙ୍କ କଡ଼ା ଚେତାବନୀ

ଭସାଣୀ ଶୋଭାଯାତ୍ରା ବେଳେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ ରହିବ। ମଡିଫାଏଡ୍ ଗାଡ଼ି ଉପରେ ତୀକ୍ଷଣ ନଜର ରହିବ। ଶବ୍ଦ ପ୍ରଦୂଷଣ ନିୟମ ଯିଏ ବି ଉଲ୍ଲଂଘନ କରିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି। ...

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଦଶହରା ପର୍ବ। ଏଥିରେ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ମିଳୁଥିବା କହିଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର। କଟକ ସମେତ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଭସାଣୀ ଶୋଭାଯାତ୍ରା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସବୁ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଡିଜିପି। 

ନକ୍ସଲ ଅପରେସନ୍ ଠାରୁ ଆରମ୍ଭ କରି ଅପରାଧୀଙ୍କ ବିରୋଧରେ ଲଢ଼େଇ ବେଳେ ଶହୀଦ ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି। କଟକ ବକ୍ସି ବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି। ଏଥିରେ ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଛନ୍ତି।

ଏହି ଅବସରରେ ଡିଜିପି କହିଛନ୍ତି, ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ। ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ। ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏହି ଅବସରରେ କହିଛନ୍ତି। ୨୦୦୦ ମସିହା ବେଳକୁ ଶହୀଦ ହୋଇଥିବା ପୋଲିସଙ୍କ ସଂଖ୍ୟା ହଜାର ଉପରେ ରହୁଥିଲା, ହେଲେ ଏବେ ତାହା ଶହେ ତଳକୁ ହ୍ରାସ ପାଇଛି। ଆଗାମୀ ସମୟରେ ଏହା ଆହୁରି ହ୍ରାସ ପାଇବ ବୋଲି ଆକଳନ କରିଛନ୍ତି ଡିଜିପି।....

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।