No GST Notices Below ₹10,000: ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି, ଟିକସ୍‌ ଅଧିକାରୀଙ୍କ ଗିରଫ କ୍ଷମତା ବାତିଲ

Oct 08, 2026 - 18:12
No GST Notices Below ₹10,000: ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି, ଟିକସ୍‌ ଅଧିକାରୀଙ୍କ ଗିରଫ କ୍ଷମତା ବାତିଲ

ଜିଏସ୍‌ଟି କାଉନସିଲ୍‌ ଟିକସ୍‌ ଅଧିକାରୀଙ୍କ ଗିରଫ କରିବାର କ୍ଷମତାକୁ ବାତିଲ କରିବା ସହ ପ୍ରସିକ୍ୟୁସନ୍‌ ଥ୍ରେସହୋଲ୍ଡ ବା ଅଭିଯୋଗ ଦାୟର କରିବାର ସୀମାକୁ ୧ କୋଟି ଟଙ୍କାରୁ ବଢ଼ାଇ ୫ କୋଟି ଟଙ୍କା କରିଛି ବୋଲି ଅର୍ଥ ମନ୍ତ୍ରାଳୟ କହିଛି।

ଏହାସହ ଇ-କମର୍ସ ପ୍ଲାଟଫର୍ମରେ ବ୍ୟବସାୟ କରୁଥିବା ଛୋଟ ବିକ୍ରେତାଙ୍କ ପାଇଁ ନିୟମକୁ ଆହୁରି ସରଳ କରିବାକୁ ମଧ୍ୟ ଜିଏସ୍‌ଟି କାଉନସିଲ୍‌ ଅନୁମୋଦନ କରିଛି। ତେବେ ଜିଏସ୍‌ଟି ହାର ବା ରେଟ୍‌ ଷ୍ଟ୍ରକ୍ଚରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଜିଏସ୍‌ଟି କାଉନସିଲ୍‌ ଆଜି ନୋଟିସ୍‌ ଏବଂ ଆଇନଗତ ପ୍ରକ୍ରିୟା ପାଇଁ ସମାନ ମାନଦଣ୍ଡ ସୁପାରିସ୍‌ କରିଛି। ୧୦ ହଜାର ଟଙ୍କା କିମ୍ବା ତା’ଠାରୁ କମ୍‌ ରାଶି ପାଇଁ କୌଣସି ନୋଟିସ୍‌ ଜାରି କରାଯିବ ନାହିଁ। ଏହାସହ ଏହି ସୀମାଠାରୁ କମ୍‌ ରାଶି ପାଇଁ ପୂର୍ବରୁ ଜାରି ହୋଇଥିବା ନୋଟିସ୍‌ଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରାଯିବ।

ସେ ଆହୁରି କହିଛନ୍ତି, ଯଦି ଏଭଳି କୌଣସି ନୋଟିସ୍‌ ପୂର୍ବରୁ ଜାରି ହୋଇଥାଏ, ତାହାକୁ ପ୍ରତ୍ୟାହାର କରାଯିବ। ଅର୍ଥାତ୍‌ ୧୦ ହଜାର ଟଙ୍କା କିମ୍ବା ତା’ଠାରୁ କମ୍‌ ଟିକସ୍‌ ରାଶି ପାଇଁ ନୂଆ ନୋଟିସ୍‌ ଜାରି ହେବ ନାହିଁ ଏବଂ ପୂର୍ବରୁ ଜାରି ହୋଇଥିବା ନୋଟିସ୍‌ ମଧ୍ୟ ହଟାଇ ଦିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।