No leaders, no let-up: ନେତାଙ୍କୁ ଅଟକ ବି ରୋକିପାରିଲାନି ଆନ୍ଦୋଳନ

Oct 17, 2026 - 18:42
No leaders, no let-up: ନେତାଙ୍କୁ ଅଟକ ବି ରୋକିପାରିଲାନି ଆନ୍ଦୋଳନ

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଓ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରଦ୍ଦ କରିବା ଦାବିରେ କକ୍ରୋଚ ପାର୍ଟି (ସିଜେପି) "ଲେହରା‌ ଦୋ ତ୍ରିରଙ୍ଗା" ଯାତ୍ରା କରିବାକୁ ଆହ୍ବାନ ଦେଇଥିଲେ।

ତେବେ ପୁଲିସ ଗତକାଲି ସିଜେପି ମୁଖ୍ୟ ଅଭିଜିତ୍‌ ଦୀପ୍‌କେଙ୍କ ଅଟକ ରଖିଥିଲେ ମଧ୍ୟ ଆନ୍ଦୋଳନର ଉତ୍ସାହ କମିନାହିଁ।

ଶୁକ୍ରବାର ଦିଲ୍ଲୀର କନ୍ନଟ୍ ପ୍ଲେସ୍‌ରେ ତ୍ରିରଙ୍ଗା ଧରି ଏକାଠି ହୋଇଥିଲେ ଛାତ୍ରଛାତ୍ରୀ, ଯୁବକଯୁବତୀ, ମଧ୍ୟବୟସ୍କ ପେସାଦାର ଓ ବରିଷ୍ଠ ନାଗରିକ।

ମତଦାନ ଅଧିକାରର ସୁରକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ଉତ୍ତରଦାୟିତ୍ୱ ଦାବି କରି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।Advertisment ଭୋଟ ଅଧିକାର ସୁରକ୍ଷା ଦାବିରେ ତ୍ରିରଙ୍ଗା ଧରି ବିକ୍ଷୋଭ ପ୍ରଦର୍ଶନ ସିଜେପି ପକ୍ଷରୁ ଆହୂତ "ଲେହରା ଦୋ ତ୍ରିରଙ୍ଗା" ଅଭିଯାନରେ ଦଳୀୟ ନେତାଙ୍କ ଅନୁପସ୍ଥିତି ସତ୍ତ୍ୱେ ନାଗରିକମାନେ ରାସ୍ତାକୁ ଓହ୍ଲାଇଥିଲେ।

ନିର୍ବାଚନ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଉଠିଥିବା ପ୍ରଶ୍ନ ଏହି ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ଥିଲା।

ଭବିଷ୍ୟତରେ ଭୋଟ୍ ଦେବାକୁ ଯୋଗ୍ୟ ହେବାକୁ ଥିବା ଯୁବପିଢ଼ି ମଧ୍ୟ ମତଦାନ ଅଧିକାରର ମର୍ଯ୍ୟାଦା ରକ୍ଷା ପାଇଁ ସ୍ୱର ଉଠାଇଥିଲେ।

ପୁଲିସ ପକ୍ଷରୁ କନ୍ନଟ୍ ପ୍ଲେସ୍‌ ଓ ସେଣ୍ଟ୍ରାଲ୍ ପାର୍କ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ନିଷେଧାଜ୍ଞା ଜାରି ହୋଇଥିଲା।

ଦିନସାରା ଛୋଟ ଛୋଟ ଗୋଷ୍ଠୀରେ ବିକ୍ଷୋଭ ଚାଲିଥିବା ବେଳେ ସନ୍ଧ୍ୟାରେ ଶୋଭାଯାତ୍ରାରେ ଅଧିକ ଲୋକ ସାମିଲ ହୋଇଥିଲେ।

ଏହି ସମୟରେ ଅନେକ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଥିଲା।ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲେ ମଧ୍ୟ ନାଗରିକମାନେ ନିଜ ଦାବିରେ ଅଟଳ ରହିଥିଲେ।

ଗଣତନ୍ତ୍ର କେବଳ ଭୋଟ୍ ଦେବାରେ ସୀମିତ ନୁହେଁ, ବରଂ ଶାସନ ବ୍ୟବସ୍ଥାକୁ ଉତ୍ତରଦାୟୀ କରିବାରେ ମଧ୍ୟ ନାଗରିକଙ୍କ ଭୂମିକା ରହିଛି ବୋଲି ଏହି ଆନ୍ଦୋଳନ ସୂଚାଇ ଦେଇଛି।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଇଣ୍ଟରନେଟ୍ ବ୍ୟବହାର ପିଲାମାନଙ୍କ ସମେତ ସମସ୍ତଙ୍କ ପାଇଁ ଏକ ମୌଳିକ ଅଧିକାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।